STORYMIRROR

Bholasankar Sethi

Others

3  

Bholasankar Sethi

Others

ନବ ପରମ୍ପରା

ନବ ପରମ୍ପରା

1 min
19

ଧନ୍ୟ ପେଟିଏମ୍ ମୋର,

କଟକଣା ସତ୍ୱେ କେଉଁ ବାଟ ଦେଇ

ଆଣିଲୁ ରାକ୍ଷୀ ଖବର ।।

ସରକାର ନିୟମ ସମ୍ମାନ ଜଣାଇ

ଭଗ୍ନୀ ଆସି ନ ପାରିଲେ,

ରାକ୍ଷୀ ମିଠା ପାଇଁ ତୋ ସହାୟତା ନେଇ

ଟଙ୍କା ପାଶକୁ ପ୍ରେରିଲେ ।।

ଟଙ୍କା ହାତେ ଧରି ଗଲି ଲୁଚିକରି

ରାକ୍ଷୀ ହୋଇଗଲା କିଣା,

ବାଟରେ ପୋଲିସ ପ୍ରଶାସନ ଦେଖା

ବାଟ ହୋଇଗଲା ବଣା ।।

ରାକ୍ଷୀ ହାତେ ଦେଖି ପୋଲିସ ଯେ ଖୁସି

ଏଥିପାଇଁ ନୁହେଁ ମନା,

ପୋଲିସ କହିଲେ ମିଠା କିଣିବାକୁ

ଯିବୁ ନାହିଁ ମୋର ସୁନା ।।

ବୁଝାଇ କହିଲେ ନିୟମର ଅର୍ଥ

ପରମ୍ପରା ନ ଭୁଲିବା,

ବରଂ ଏହା ଅର୍ଥ ଏହି ସମୟରେ

ଭିନ୍ନ ଢଙ୍ଗରେ କରିବା ।।

ଭକ୍ତ ଭଗବାନ ଭକତି ପାଇଁକି

ଆସିଲେ ରଥରେ ଚଢ଼ି,

ଭକତ ନୁହେଁ ରେ ପଣ୍ଡାମାନେ ମିଶି

ଏହି ବର୍ଷ ନେଲେ ଭିଡ଼ି ।।

ସ୍ୱଚକ୍ଷୁ ନହେଲେ ଟେଲିଭିଜନରେ

ଦେଖି ହେଲେ ଭକ୍ତ ଖୁସି,

ପରମ୍ପରା ଆମ ବଜାୟ ରହିଲା

ଏହା କଷ୍ଟ ନୁହେଁ ବେଶି ।।

ସବୁ କାର୍ଯ୍ୟର ଯେ ବଦଳତା ଅଛି

ଏହା ଗଲି ମୁହିଁ ବୁଝି,

କାହିଁକି ପୋଲିସ ମିଠା କିଣିବାକୁ

ହେଉଛନ୍ତି ହେ ଅରାଜି ।।

ମିଠା ଦୋକାନି ଯେ ସମସ୍ତ ମିଠାକୁ

ଖାଲି ହାତେ‌ କରେ ସ୍ପର୍ଶ,

ଗୋଷ୍ଠୀ ସଂକ୍ରମଣ ହୋଇଥାଏ ଏଠୁ

ରୋଗକୁ କରେ ଆକର୍ଷ ।।

ନବ ଶିକ୍ଷାକୁ ହେ ଶିକ୍ଷଣୀୟ କରି

ଗୃହେ ଆସିଗଲି ଫେରି,

ଭଗ୍ନୀ ରାକ୍ଷୀକୁ ହେ ଗ୍ରହଣୀୟ କରି

ପାଉଣାକୁ ଦେଲି ପ୍ରେରି ।।

     



Rate this content
Log in

More oriya poem from Bholasankar Sethi