STORYMIRROR

Padmini Mohapatra

Others

3  

Padmini Mohapatra

Others

ନାରୀ ତୁମେ

ନାରୀ ତୁମେ

1 min
748



ମୁଁ କନ୍ୟା ଟିଏ;

ଅବହେଳିତ ହେବାର ଆଶାରେ,

ଭିତରେ ଭିତରେ ଘାରି ହୁଏ,

ଧର୍ଷିତା ହେବା ଆଶା ଆଶଙ୍କାରେ,

ବନ୍ଦିନୀ ମୁଁ ମୋ ଇଲାକାରେ,

କନ୍ୟା ଟିଏ ମୁଁ କନ୍ୟା ଟିଏ।


ମୁଁ ଭଗ୍ନୀ ଟିଏ;

ପରିବାର ପାଇଁ ଝୁରୁ ଥାଏ,

କାଳେ ଉପେକ୍ଷିତା ହେବାର ଆଶାରେ ସବୁବେଳେ ମୁଁ ଡରୁଥାଏ।

ବନ୍ଦିନୀ ମୁଁ ମୋ ଇଲାକାରେ।

ଭଗ୍ନୀ ଟିଏ ମୁଁ, ଭଗ୍ନୀ ଟିଏ।


ମୁଁ ପତ୍ନୀ ଟିଏ;

ସ୍ୱାମୀ ର ସଂସାର ସ୍ଵର୍ଗପୁର ମଣି,

ଜୀବନ ଉତ୍ସର୍ଗ କରୁଥାଏ,

କାଳେ ଲାଂଛିତା ହେବି ଆଶଙ୍କା ଭିତରେ, ନିତି ବନ୍ଦିନୀ ମୁଁ ମୋ ଇଲାକା ରେ,

ପତ୍ନୀ ଟିଏ, ମୁଁ ପତ୍ନୀ ଟିଏ।


ମୁଁ ବଧୁ ଟିଏ;

ପରକୁ ଆପଣା କରିଥାଏ,

ହେଲେ ନିର୍ଯାତିତା କେବେ ହେବାର ଭୟରେ

ଅନ୍ତର ଟା ଖାଲି କୋରି ହୁଏ,

ତେଣୁ ବନ୍ଦିନୀ ମୁଁ ମୋ ଇଲାକା ରେ,

ବଧୁ ଟିଏ ମୁଁ ବଧୁ ଟିଏ।


ମୁଁ ମାଆ ଟିଏ;

ଦାନ୍ତ ଭିତରେ ଜିଭ ଟିଏ,

ଆଉ ଖାଲି କାଗଜର ଫର୍ଦ ଟିଏ,

ହୋଇଯିବି କାଳେ ଅନାବୃତା କେବେ ,ତେଣୁ ଭାଗ୍ୟେ ଲେଖା ଥିଲା ବୋଲି କହେ,

ମାଆ ଟିଏ ମୁଁ ମାଆ ଟିଏ।


ନାରୀ ଟିଏ ମୁଁ ନାରୀ ଟିଏ,

ଅବଳା ନୁହେଁ କି ଦୁର୍ବଳା ନୁହେଁ,

ସଭିଙ୍କ ହୃଦରେ ନିଜ ଜାଗା ଟିଏ ଖୋଜୁଥାଏ,

ନାରୀ ଟିଏ ମୁଁ ନାରୀ ଟିଏ,

ହେଲେ ବନ୍ଦିନୀ ମୁଁ ମୋ ଇଲାକା ରେ।


କନ୍ୟା, ଭଗ୍ନୀ, ପତ୍ନୀ, ଓ ବଧୁ,

ଏକା ଧାରାରେ ସେ ମାଆ ଟିଏ,

ଏତେ ଗୁଡ଼େ ନାମ ଏକା ନାରୀ ଟିଏ ବହିଥାଏ,

ଜୀବନ ଯାକ ସେ ନିଜେ ଜଳି ଜଳି,

ଅନ୍ୟ କୁ ଆଲୋକ ଦେଇଥାଏ।

ହେଲେ ପାଏ ନାହିଁ କେବେ ମୂଲ ସିଏ,

ଏସବୁ ପ୍ରଶ୍ନ ର ଉତ୍ତର ଆଜି ଦେବ କିଏ?


ନାରୀ ଟିଏ ସେ ତ ନାରୀ ଟିଏ,

ଶ୍ରଷ୍ଟାଙ୍କ ସୃଷ୍ଟିର ଅନବଦ୍ୟ ଦାନ ପରା ସିଏ,

ନାରୀ ଟିଏ ସେ ନାରୀ ଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Padmini Mohapatra