Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARITA SARANGI

Others

5.0  

SARITA SARANGI

Others

ନାରୀ ମନର ଶାନ୍ତନୁ

ନାରୀ ମନର ଶାନ୍ତନୁ

1 min
395


ଅଶାନ୍ତ ମନର ପ୍ରତିକ୍ରିୟା ଆଜି 

ଛିଟିକି ପଡିଛି ସାଗର ର 

କଳା ରେଖା ଉପରେ 

ମୋ ମନର ଗଙ୍ଗା କୂଳେ

ତୁମେ କିନ୍ତୁ ପାଲଟିଛ

ଶାନ୍ତନୁ,

ଏକ ରକ୍ତ ମାଂସ ରେ ଗଢା

ପାଷାଣ,

ଏକ ଶକ୍ତିହୀନ ପୌରୁଷ ର

ପ୍ରତିବିମ୍ବ,

ମୋ ମନର ସନ୍ତାନ ମାନଙ୍କୁ

ଗୋଟି ଗୋଟି କରି

ମୋ ନିଜ ହାତରେ ଯେତେବେଳେ

କରିଥିଲି ହତ୍ୟା,

ତୁମର ମାତ୍ର ଗୋଟିଏ ପ୍ରଶ୍ନ

ଉପରେ ନିର୍ଭର ଥିଲା

ଇତିହାସ ର ଏକ

ଭିନ୍ନ ରୂପରେଖା,

ଆଉ ସେଥି ପାଇଁ ମୁଁ

 ତୁମକୁ ପାଇଛି ଦୋଷୀ,

ତୁମର ୟେ ଦୁର୍ବଳ ବ୍ୟକ୍ତିତ୍ୱ ର ପରିଚୟ

କ୍ଷୁବ୍ଧ କରେ ମତେ,

କାରଣ ମୁଁ ଜାଣେନା,

ବୁଝି ବାର ଚେଷ୍ଟା ଭି ମୁଁ କରେନା,

ନାରୀ ମନର ଅଭିବ୍ୟକ୍ତି

ଛଟପଟ ହୁଏ ଏକ ସ୍ପଷ୍ଟ

ସ୍ଵୀକୃତିର ଆଶାରେ,

ସମସ୍ତଙ୍କ ହାତ ଆଜି ବନ୍ଧା

ଏକ ଅଜଣା ବିବଶତା ର

ବନ୍ଧନ ରେ,

ତୁମେ, ମୁଁ ଆଉ ଭାଗ୍ୟ,

ତିନୋଟି ଫୁଲ,

ଗୁନ୍ଥା ହୋଇ ରହିଅଛୁ

ସମୟ ର ସୁତା ରେ.....



Rate this content
Log in