STORYMIRROR

Bishnupriya Lenka

Others

4  

Bishnupriya Lenka

Others

ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ

1 min
239


ଛବିଶ ବରଷ ଆଶାକୁ ନିରାଶ

             କଲୁ କାହିଁ କପଟିଆ,

ଏହି ଗୁଣ ଯୋଗୁ କେତେ ଗାଳି ଶୁଣୁ 

            ଶ୍ରୀବତ୍ସ ଗୋଇଠା ଖିଆ।


ଛବିଶ ବରଷ ତଳେ ମୁଁ କିଶୋର

            ପିଚାରେ ବାଜେ ମୋ ଗୋଡ଼,

ତୋତେ ଭାବେ ସେବେ କାଠ କି ପଥର 

            ଭାବେ ତୋ ଭକତେ ମୂଢ।


ଟିଭି, ମୋବାଇଲ ନଥିଲା ସେବେ ତ 

            ମାଇକି ଗାଏ ତୋ ଗାଥା,

"ଭଜି ଭଜି ନାମ ହେ ଚକାନୟନ" 

           ଗାଏ ଅପା ଶାନ୍ତିଲତା।


ବୁଢ଼ା କେଇଟା ସେ ଗୀତ କୁ ଶୁଣନ୍ତି

            ଆଖିରେ ଭରି କି ଲୁହ,

ଦିନେ ମୁଁ ଦେଖିଲି ଜେଜେ ମୋ ତୋ ଭାବେ

           କୋହେ ଜର୍ଜରିତ ମୁହଁ।


ଯେଉଁ ଗୀତ ଭାବେ ଜେଜେ ହୃଦେ କୋହ 

            ସେବେଠୁ ମୁଁ ତାର ମୋହେ,

ଆସି ଶ୍ରୀମନ୍ଦିର,ଯାଏ ସ୍ଵର୍ଗଦ୍ଵାର 

            ଭାବେ ଅରବିନ୍ଦ ଗାଏ।


ପଚିଶ ବରଷେ ଥରେ ନାଗାର୍ଜୁନ 

           କାଳିଆ ହୋଇଲା ବେଶ,

ଦଳାଚକଟା ରେ କେତେ ଭକ୍ତ ମଲେ 

            ଲକ୍ଷ ଲକ୍ଷ ସମାବେଶ।


କି ଲାଭ ଦର୍ଶନେ ବେଶ ନାଗାର୍ଜୁନେ 

           ଜେଜେ ଏ କାଳିଆ ଭାବ

ନଥିବି ମୁହିଁ ତ, ଯିବୁ ତୁ ନିଶ୍ଚିତ 

           ଜେଜେ କଥା କିଶ ହେବ ।


କଥା ଦେଇଥିଲି ନିଶ୍ଚିତ ଦର୍ଶନେ

          ବେଶ ନାଗାର୍ଜୁନେ ଆଜି,

କପଟିଆ କଥା ରଖେଇଦେଲୁନି 

          ଦୁଷ୍ଟ ନାଗାର୍ଜୁନ ସାଜି।


ଆଗ ନେଇଗଲୁ ଭକ୍ତ ଅରବିନ୍ଦେ, 

          ବିରୁଦ୍ଧେ ବୋଲିବ କାଳେ,

କପଟିଆ,ଲମ୍ଫଟିଆ କେ ବୋଲିବ, 

         କି କାମ ଯମୁନା କୂଳେ।


ବୋଲି ମୁଁ ଜାଣିନି ଗୀତ ତୋ ବିରୁଦ୍ଧେ 

          ବୁଲି ଗପି କହିଦେବି,

ସର୍ବଶ୍ରେଷ୍ଠ ବୀର ନାଗାର୍ଜୁନ ଦେଖି 

         ଲୁଚିଛି କରୋନା ଛବି।


Rate this content
Log in