STORYMIRROR

Jayanta Mohapatra

Others

3  

Jayanta Mohapatra

Others

ମୁଁ ନୁହେଁ କବି

ମୁଁ ନୁହେଁ କବି

1 min
10.7K


ଶବ୍ଦକୁ ଶବ୍ଦ ଯୋଡ଼ି ଲେଖିଲି ଦି ଧାଡ଼ି

ଟୁଇଟ୍ କଲି ଯେବେ କିଛି ଦେଲେ ପଢ଼ି


ଚାରିଟା ରିପ୍ଲାଇ ପାଞ୍ଚଟା ଲାଇକି

ନିଶାଟା ତଥାପି ଧରିଲା ଧାଇଁକି


ଲେଖିବି ବୋଲିତ କଲମ ଧରିଲି

ବିଷୟ ଚୟନେ ବିଫଳ ହିଁ ହେଲି


ଭକୁଆ ଭଳିଆ ଆକାଶ ଖୋଜିଲି

ନଥିବା ପ୍ରେମିକା ହରାଇ ଦେଖିଲି


ଛାତିର ବେଦନା, ଖୁସିରେ ଗଡ଼ିଲି

ଇନୋ ପାନେ ପରେ ଅଉଡ଼ି ମାରିଲି


କହ୍ନେୟା ପରିକା ବିଲ୍ପବୀ ହେଲି

ଜେଲ୍ ହାୱା ଡରେ ସରକି ଆଇଲି


କବି ହବା ସ୍ୱପ୍ନ ଫସର ଫାଟିଲା

ସୌକେରେ ସିମିତ ଅବସ୍ଥା ନଥିଲା


ଫେରିଲି ଦୁଃଖେ ମୁଁ ବାସ୍ତବତାକୁ

ଆପେ ଆଦରିଲି ସେ ବିଫଳତାକୁ


Rate this content
Log in