Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayanta Mohapatra

Others

3.8  

Jayanta Mohapatra

Others

ଖାସି ମାଂସ ତରକାରୀ

ଖାସି ମାଂସ ତରକାରୀ

1 min
11.8K


ଆଜି ମଧ୍ୟ ସ୍ବର୍ଗ ସୁଖ, ଆଳୁ ମାଂସ ଝୋଳ ମୋର

ଯିବେ ଦୟା ପଣ ହେଲେ, ଭଲଲାଗେ ମାଂସାହା‌ର ।


ଆଜି ଛୁଟି ରବିବାର, ଯାହା ଇଛା କରିବାର

ଅଳସୁଆ ପାଗ ହେଲେ, ଖାସି ଖୋଜା ଦରକାର ।


ହାଣ୍ଡିଶାଳ ଖାଦ୍ୟସୂଚୀ, ଘରଣୀଙ୍କ ସରକାର

ସପ୍ତାହକେ ଗୋଟେ ଦିନ, କୋହଳତା ଦୟା ତା’ର ।


କଟାକଟି ବଟାବଟି, ରଖିଗଲି ଆଗଭର

ଶିଶୁପାଳ ଆଶଙ୍କାରେ, ବାହାରିଲି ତରବର ।


ଶାଗୁଣାର ବଂଶଧର, ଲାଞ୍ଜ ଦେଖି ଧରିବାର

ପାଞ୍ଚଠାଏଁ ଖୋଜି ଭଲ, ପାଇବାରେ ଧୂରନ୍ଧର ।


କେଜିଟାଏ ବନ୍ଧା ଗଲା, ପାଞ୍ଚଶହ ମୂଲ୍ୟ ତାର

ଲାଳେଇଲା ଜିଭମୋର, ତରନାହିଁ ଫେରିବାର ।


କୁକରର ସିଟିବାଜି, ଖେଳକଲା ମହକର

ଅସମୟ ଭୋକ ନାହିଁ, ପରୀକ୍ଷାଏ ଅପେକ୍ଷାର ।


ବହୁ ଦିନ ପରେ ଶାଳି, ଭାଗ୍ୟମୋର ଆତିଥ୍ୟର

ଭରିଗଲା ଆଗମନେ, ତାଙ୍କସାଥି ପରିବାର ।


ଗପଗୁଲି କଥାବାର୍ତ୍ତା, ଆମନ୍ତ୍ରଣ ଖାଇବାର

ଅବିଳମ୍ବେ ଆପ୍ୟାୟିତ, ହୋଇଗଲା ପ୍ରାପ୍ୟ ମୋର ।


ଲାଜ ଛାଡ଼ି ଆଉ ଟିକେ, ଖାଅ ଭାବି ନିଜ ଘର

ଭଉଣୀଙ୍କ ମନରଖି, ସାରିଦେଲେ ଭାର୍ଯ୍ୟାବର ।


ଯାଉଯାଉ ଦେଇଗଲେ, ଦୁଇ ପଦ ପ୍ରଶଂସାର

ଅକସ୍ମାତ ହେଲେ ମଧ୍ୟ, ସ୍ବାଦଥିଲା ଚମତ୍କାର ।


ସସମ୍ମାନ ଚର୍ଯ୍ୟାଯୋଗୁଁ, ପତ୍ନୀମୁଖ ତୃପ୍ତିକର

ଆଗ୍ରହରେ ବାଢିଦେଲେ, ଆଳୁ ଥିଲା ଭାଗ୍ୟେମୋର ।


Rate this content
Log in