ମୁଁ ନୁହେଁ କବି
ମୁଁ ନୁହେଁ କବି
1 min
6.8K
ମୁଁ ନୁହେଁ କବି ଜଗତ ର ଛବି
ନୁହେଁ ମୁଁ ବସନ୍ତ ର ଧାରା
ନୁହେଁ ମୁଁ ଉତ୍ତରା ଜୀବନ ର ଧାରା
ବହିଚାଲେ ଜୀବନ ସାରା
ହାତରେ ଧରିଛି କଲମ ବୋଲିକି
ଲେଖୁଛି ପ୍ରେମ ର ଧାରା ।
ଅାଣିବି ନିଶ୍ଚିତ ଜୀବନ ଅମୃତ
ନବ ପ୍ରଭାତ ରେ ଯାଇ
ଯେଉଁ ପ୍ରଭାତ ରେ ଝଟକି ପଡିବ
ଶିଶିର ବିନ୍ଦୁର ଛାଇ ॥
ହୃଦୟ ମୋହର ଅନାବିଳ ବୋଲି
ଭାବି ଭାବି ଦିନ ମୋର ଯାଏ ଚାଲି
କଲମ ମୋହର ଖଣ୍ଡା ଧାର ଯେ
ଭାବନା ମୋହର ଢାଲ
ଜିତିବି ନିଶ୍ଚିତ ଜୀବନରେ ମୁହିଁ
ପାଠକ ମନର ରାଜ୍ୟ ।
ମୁଁ ପୁଣି ଭାସେ ଦୁର୍ଗମ ଗଗନେ
ସୁଗମ ମେଘଟିଏ ହୋଇ
କେଉଁ କେବେଯେ ବରସିଯାଏ
କବିତା ର ଧାରା ହୋଇ !!!