STORYMIRROR

AMIT RANA

Others

2  

AMIT RANA

Others

ମୁଁ ଏକ ଅଭିନେତା ମାତ୍ର

ମୁଁ ଏକ ଅଭିନେତା ମାତ୍ର

1 min
13.6K


ଠିଆ ପାଲା ଚାଲିଛି ପ୍ରଭୁ ତୋ ଘରେ,

ତୋ ଦାଣ୍ତ ଦୂଆରେ

କିଛିଟା ଅବିବେକୀ,

ମିଛ ସାଲବେଗ ତୋର ମାଲିକାନା ନବାକୁ ଆଗଭର

ଗଜପତି ସିନା ଛେରା ପହଁରା କରନ୍ତି ରଥରେ ତୋର,

ହେଲେ ସେମାନେ ରକ୍ତ ର ଅଳିଆ ଫୋପାଡନ୍ତି,

ଅମାନୁଷିକତାର ଆବର୍ଜନା କୁଢ କରି,

ପରେ ବାହାବା ନିଅନ୍ତି ସାମ୍ନା ରେ ତୋର

ମୁଁ ଜାଣିଚି ତୁ ହସୁଥିବୁ ଦେଉଳ ଭିତରେ ଥାଇ

କାହିଁକି ନା

କରି କରାଉ ଥାଉ ତୁହି,

ତୋ ବିନୁ ଅନ୍ୟ ଗତି ନାହିଁ।

ତୋ ପାଖେ ସଂରକ୍ଷିତ ଯେତେ ସବୁ ଉପନ୍ୟାସର ପାଣ୍ଡୁଲିପି,

ତୁ ପରା ଲେଖିଛୁ ଜୀବନ ନାଟକର ଅନ୍ତିମ ଦୃଶ୍ୟ

ମୁଁ ମୂର୍ଖ ଏକ ଅଭିନେତା ମାତ୍ର

ମୁଁ ମୂର୍ଖ ଏକ ଅଭିନେତା ମାତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍