ମୋ' ସୁନା ବାଳୁଙ୍ଗା
ମୋ' ସୁନା ବାଳୁଙ୍ଗା
1 min
198
ତୋ, ଅଳ୍ପ ହସ
ବେଶି ବେଶି କଥା ,
ମନେ ପଡୁଛୁରେ ଭାରି
ବାଳୁଙ୍ଗା ଟୋକା ।
ତୋ ଅଧା ଚକଲେଟ୍
ଟେବୁଲ୍ ଉପରେ ପଡ଼ି ରହିଛି
ତୋ ଚିପ୍ସ୍ ମୁଁ ଖାଇ ଦେଇଛି ।
ଆ ମାମା ଶୋଇବା,
ନାହୁଁ ତୁ କହିବାକୁ
ନିଦ ଆସୁନାହିଁ ସୋଇବା କୁ ।
ଦିନ ଦିଟା କଟୁନାହିଁ ,
ତୋ ମୁହଁ ନ ଦେଖି
ସକାଳ ହଉ ନାହିଁ ।
ଆ ରେ ମୋ ଧନ ,
ରାତି ମୋ ସରୁନାହିଁ ।
