ମୋ ସାଇକେଲ---------------
ମୋ ସାଇକେଲ---------------
ସାଇକେଲ ଟିମୋର ପୁଷ୍ପକ ରଥ,
ବୋହିବାକୁ ସେ ତ କେତେ ସମର୍ଥ।
ପିଲା ବେଳ ର ସେ ମୋ ଅମୂଲ୍ୟ ସମ୍ପଦ,
ମୋ ସାଥେ ଦେଖିଛି ମୋର କେତେ ବିପଦ।
ଦୁଃଖୀଗରିବଙ୍କ ବିମାନ ଗାଡ଼ି ଅଟଇ ସେହି,
ତା ସାଥେ ଥରେ ଘିରି ବୁଲି ଆସିଲେ
ଆତ୍ମାକୁ ପ୍ରଚୁର ଶାନ୍ତି ମିଳଇ।
ବିନା ପ୍ରଦୂଷଣ, ଅଳପ ଖର୍ଚ୍ଚରେ
ସହାୟ ହୁଏ ସ୍ଥାନାନ୍ତରିତ କରିବାରେ।
ଗଡ଼େ ସେ ରାଜଧାନୀ ରାଜରାସ୍ତା ରେ,
ଗାଁ ରାସ୍ତା ପାଇଁ ବି ସେ ସୁରକ୍ଷିତ ରେ।
ଗରିବ ଧନୀ ସେ ମାନଇ ନାହିଁ,
ସଭିଙ୍କ ପ୍ରିୟ ପାତ୍ର ଅଟଇ ସେହି।
ଧନୀକ ଚଲାଏ ବ୍ୟାୟାମ ପାଇଁ,
ଗରିବ ଲୋଡ଼େ ତାକୁ ଯାତାୟାତ ପାଇଁ।
ଭୁଲି ହୁଏନି ସେ ପିଲାବେଳ ର ପୁରୁଣା ସ୍ମୃତି,
କିଣିବା ପାଇଁ ବାପାଙ୍କ ପାଖେ କାନ୍ଦିବାକୁ ହୁଏ ନିତି।
ପୂଜା କରେ ତାକୁ ବିଶ୍ଵକର୍ମା ପୂଜାରେ,
ସହାୟ ହୁଏ ସେ ସ୍କୁଲ୍ ଯିବାରେ।
ଜେଜେ ଯେବେ ଯାଆନ୍ତି ବଜାର କରି,
କେରିୟର ରେ ବସି ସାଥେ ଯାଏ ତାଙ୍କ ବାବୁଆଣି ପରି।
ବଡ଼ ହୋଇ ସିନା ଏବେ ଧରୁଛି ସ୍କୁଟି,
ଜଲଦି ଜଲଦି ରେ ଯିବାକୁ ହୁଏ ବୋଲି ଡିଉଟି।
ନହେଲେ ଅଟେ ମୋ ପ୍ରିୟ ସେଇ ନାଲି ସାଇକେଲ,
ସ୍କୁଲ୍ କଲେଜ୍ ର ସ୍ମୃତି ଅଟଇ ସେ
ତାକୁ ଭୁଲିବା ମୁସ୍କିଲ।