Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Menon Sahoo

Others

3  

Menon Sahoo

Others

ମୋ ଓଡିଶା

ମୋ ଓଡିଶା

1 min
225


ଉଠ ଉଠ ଭାଇ ଭାଇ ନକର ମଠ 

ଶୁଣିବାକୁ ହେବ ଉତ୍କଳ ଗୀତ ।

ପାରାଦ୍ବୀପ ଆମ ବାଣିଜ୍ଯ ଗୋଠ 

ବ୍ରାହ୍ମଣୀ ଗାଉଛି ବାଜିରାଉତ ।

ନାଲକୋ ଆମର ଓଡିଶା ବଳ

ପୁଣି ରାଉରକେଲା ଇସ୍ପାତ କଳ ।

କଟକରେ ଆମ ବାଲିଯାତ୍ରା

ମହାନଦୀ କହେ ତା ସଂସ୍କୃତି କଥା ।

ଏଇ ମୋ ସୁନା ଓଡିଶା ମାଟି 

କେଡେ ସୁନ୍ଦର ତା କବାଟ ତାଟି ।

କେଡେ ସୁନ୍ଦର ମୋ ଓଡିଆ ଗୀତ 

କେଡେ ସୁନ୍ଦର ମୋ ପଖାଳ ଭାତ ।

କେଡେ ସୁନ୍ଦର ମୋ ଫଗୁଣ ଯାତ

କେଡେ ସୁନ୍ଦର ମୋ ବର୍ଷା ବସନ୍ତ ।

ଶସ୍ଯ ଶ୍ୟାମଳ ମୋ ସୁନା ଓଡିଶା 

ମିଠା ତା ପବନ ମିଠା ତା ଭାଷା ।

ମାଟିର କାନ୍ଥରେ ଝୋଟିର ଚିତା 

କହେ ମୋ ଓଡିଶା ସଂସ୍କୃତି କଥା ।

ବାରବାଟୀ ଆମ ବୀରର କଥା

ଗାଏ ଇତିହାସ ତା ଗୌରବ ଗାଥା ।

ସାହାସୀ ନେତା ମୋ ସୁବାଷ ବୋଷ 

ଉଡାଇଥିଲେ ଗୋରା ଜାତିର ହୋସ ।

ପୂଣ୍ଯଭୂମି ଦେବଭୂମି ଏ ପରା 

ବୀର ରକ୍ତ ପିଣ୍ଡେ ସିଏ ଯେ ଗଢା ।

କଳା ,ଭାସ୍କର୍ଯ୍ଯରେ ମୋ ଓଡିଶା ଭରା 

ପଥର ନିହାଣେ ଲେଖା ସେ ପରା ।

ଯଶ ଖ୍ଯାତ ଯାର ମାଟିରେ ଭରା 

ସିଏ ହେଉଛି ମୋ ଓଡିଶା ପରା ।

କୋଣାର୍କ ମନ୍ଦିର ମୋ ଜାତିର ଗାନ 

ଓଡିଶୀ ନୃତ୍ଯ ମୋ ଜାତିର ମାନ ।

ଜଗନ୍ନାଥ ମୋ ଜାତିର ପ୍ରାଣ

ବିଶ୍ବ ବ୍ରହ୍ମାଣ୍ଡ ଜପେ ତା ନାମ ।

ତୁମେ ପ୍ରଭୁ ଅନ୍ତର୍ଯ୍ୟାମୀ ହେ ଜଗନ୍ନାଥ 

ସାରା ବିଶ୍ୱବାସୀଙ୍କୁ ଭଲରେ ରଖ ।



Rate this content
Log in