STORYMIRROR

Menon Sahoo

Others

3  

Menon Sahoo

Others

ଗ୍ରୀଷ୍ମ ଆସେ

ଗ୍ରୀଷ୍ମ ଆସେ

1 min
229

 କେହି କେହି ଭାବନ୍ତି ଗ୍ରୀଷ୍ମ ଋତୁ ଆସେ ଆମକୁ

ଜଳାଇ ମାରିବା ପାଇଁ 

ପ୍ରକୃତରେ ସେ ଆସେ ଆମକୁ କିଛି ଶିଖାଇବା ପାଇଁ 

 ଏ ଦିନେ ସୂର୍ଯ୍ୟ ଆସେ ଆଲୋକମୟ ତେଜ ଧରି 

ଦିନ ତମାମ୍ କହି ଚାଲୁଥାଏ ମୋ ସଭ୍ଯ ସମାଜକୁ 

ଦିନର ଆଲୋକ ପରି ସ୍ପଷ୍ଟବାଦୀ ହୁଅ 

ଆଉ ମୁଖରେ ସର୍ବଦା ସ୍ବର୍ଣ୍ଣ ପରି ତେଜ ରଖ 

ଏ ଦିନେ ବୋହଇ ବହୁତ ଝାଳ 

ମୋ ସଭ୍ଯ ସମାଜ ହୁଏ ବିକଳ 

କୁହେ ମୋର ପ୍ରିୟ ରବି 

ଏ ନୁହେଁ ଲୁଣିଆ ପାଣି

ଦେହର ଯେତେ ଆବର୍ଜନା ନେଉଛି ପରା ମୁଁ ଟାଣି 

ଏ ଦିନେ ବଞିବାଟା ହୁଏ ଅସହ୍ଯ 

ରାସ୍ତାଘାଟରେ ନର ନଥାଏ 

ବିଲ ପୋଖରୀରେ ପାଣି ନଥାଏ 

ଗାଁ ଦାଣ୍ଡରେ ଛୁଆ ନଥାଏ 

ପରିବେଶ ଯେମିତି ଅପୂର୍ଣ୍ଣ ଲାଗେ 

ଜୀବନ ଯେମିତ ଯନ୍ତ୍ରଣାମୟ ଲାଗେ 

ହେଲେ ଦିବାକାର ଦିବାରେ କହେ 

ମୋ ସଭ୍ଯ ସମାଜ କଷ୍ଟରେ ରୁହେ 

କଷ୍ଟରେ ରୁହେ ବୋଲି ଦୁଃଖକୁ ଚିହ୍ନେ

ଦୁଃଖକୁ ଚିହ୍ନେ ବୋଲି ଆଗକୁ ବଢେ

ଗ୍ରୀଷ୍ମ ଯେବେ ଆସେ ଏମିତି ହୁଏ ..... l


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍