Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dwarika Nathmishra

Others

3  

Dwarika Nathmishra

Others

ମୋ ଓଡିଶା ଭୂଇଁ

ମୋ ଓଡିଶା ଭୂଇଁ

1 min
11.8K


ଚନ୍ଦନର ଗନ୍ଧ ଛୁଟେ

ଦରିଆ ନାଚେ ଜହିଁ

ନନ୍ଦନ ବନୁ ମନ୍ଦ ମରୁତ

ସୁରଭି ଆଣେ ବହି ।


ମୋ ଓଡିଶା ଭୂଇଁରେ,

ସିଏ ମୋ ଓଡିଶା ଭୂଇଁ ।


ଧ୍ୱଂସର ଯେବେ ଦୁନ୍ଦୁଭି ଶୁଭେ

ମୃତ୍ୟୁ ରଚେ ନୃତ୍ୟ l

ନବୀନ ସୃଷ୍ଟି ସର୍ଜନା କରେ

ମୋ ଚଷା ଭାଇ ହାତ।


ଶୂନ୍ୟ କ୍ଷେତ ପୂର୍ଣ୍ଣ ଲାଗି

ରକତ ଝାଳ ଦେଇ

ମୋ ଓଡିଶା ଭୂଇଁରେ

ସିଏ ମୋ ଓଡିଶା ଭୂଇଁ ।


ଏଇ ଉତ୍କଳ ପାଇକ ବୀର

ଘୋଡା ଟାପୁର ଶବ୍ଦ

ଜନ୍ମ ଭୂମି ପ୍ରେମର ବାଗ୍ମୀ

ଆଜିବି କରେ ସ୍ତବ୍ଧ ।


କଟିଛି ମଥା ରହିଛି କଥା

ଜାଣେନା ଶିର ନଇଁ

ମୋ ଓଡିଶା ଭୂଇଁରେ

ସିଏ ମୋ ଓଡିଶା ଭୂଇଁ ।


ଭାବ ଭାଷାର ଉର୍ଦ୍ଧ୍ଵ ଛତି

ସନ୍ଥ ମତିର ଛନ୍ଦ

ଅନାହତ ସେ ଅମର ପ୍ରେମ

ଓଡିଆ ବର୍ଣ୍ଣବୋଧ ।


ସେଇ ମାଟିରେ ଜନ୍ମ ମୋର

ଭାଗ୍ୟବାନ ମୁହିଁ

ମୋ ଓଡିଶା ଭୂଇଁରେ

ସିଏ ମୋ ଓଡିଶା ଭୂଇଁ l



Rate this content
Log in