STORYMIRROR

Mandakini Bhoi

Others

2  

Mandakini Bhoi

Others

ମନେପଡ଼େ...

ମନେପଡ଼େ...

1 min
202


ମନେପଡେ ଶ୍ରାବଣକୁ ଦେଖି

ଫୁଲେଇ ମେଘକୁ ବି ଇର୍ଷା ଲାଗେ ଆଜି

ଫେରିବାକୁ ଇଛାହୁଏ ଗାଁ ମୁଣ୍ଡ ସେହି ଦୋଛକିକୁ

ଛାଡି ଆସିଥିବା ସ୍ମୃତିକୁ

ସ୍କୁଲ ଫେରିବା ବାଟ ରେ ସାଇକେଲ ଧିମା ଗତି ର

ବେଗକୁ ମାପି ନ ଥିଲା ଢୁ ଢୁ ବର୍ଷା

କାଳେ ତୁମ ସହ ଦେଖା ହେବ ବୁଲି ଚାହୁ ଥିଲି ପଛ କୁ

ସାଙ୍ଗସାଥୀ ଭିଡ଼ରେ ଖୋଜୁ ଥିଲା ତୁମ ଆଖି ମୋତେ

ଆଜି ବି ଛୁଉଛି ଏଇ ଶ୍ରାବଣ

ଜର୍ଜରିତ ସାରା ଦେହ ଉଜାଣି ବର୍ଷାରେ

କିନ୍ତୁ ହଜିଛି ସେଇ ନିଶା ମାଦକତା ସ୍ମୃତିର ଗଣ୍ଠିଲି ଭିତରେ.....


ମନ୍ଦାକିନୀ ଭୋଇ , ଜଗତସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mandakini Bhoi