ମିନତି
ମିନତି
1 min
169
ଜନ ଗଣ ମନ ହେଉ ହେ ଅମୃତ
ସ୍ନେହ ପ୍ରୀତିର ବନ୍ଧନେ
ଲୀଳାର ସଂସାରେ ଲିଳା ଚାଲିଥିବ
ନ ସରୁ ଦିନ କ୍ରନ୍ଦନେ ।
ଦୁଃଖ ବିନାଶକ ଦୁଃଖିର ସମ୍ପଦ
ଜଗନ୍ନାଥ ପରଂବ୍ରହ୍ମ
ସଂସାରର ଦୁଃଖ ଦୂର ସେ କରିବେ
ନୀଳଗିରି ଦାରୁବ୍ରହ୍ମ ।
ସହଜ ନୁହଁଇ ସଂସାର ସଉଦା
ହାଟ ଏଠି ଭାରି ଭିଡ଼
ପ୍ରାଣୀ ପ୍ରାଣ ଧନ ଜଗତ ଜୀବନ
ନାମକୁ କେବେ ନ ଛାଡ଼ ।
ନାମର ମହତ୍ୱ କଳି କାଳେ ଶ୍ରେଷ୍ଠ
ଭଜୁଥାଅ ନିତି ଦିନେ
ନାମ ବିନା ଭାଇ ସଂସାରେ ସଂସାରୀ
ଦୁଃଖ ଭୋଗେ ତା ଜୀବନେ ।
ଏତିକି ମିନତି ଶୁଣ ମହାବାହୁ
ସଂସାରରୁ ଦୁଃଖ ଯାଉ
ଅମୃତ ଜୀବନ ନ ହେଉ କାତର
ଆଶିଷ ତୁମର ଥାଉ ।
