STORYMIRROR

Ranjan Panda

Others

3  

Ranjan Panda

Others

ବିଭୁ

ବିଭୁ

1 min
186


ବିଶ୍ୱ ଵିଵଶତା ମଧ୍ୟରେ

        ନିର୍ବାସିତର କଷ୍ଟ

ଶ୍ରେଷ୍ଠ ପ୍ରାଣୀ ମଧ୍ୟେ ମାନବ

         ଆଜି ହେଉଛି ନଷ୍ଟ ।


ଶୋଇ ଯାଇଅଛି ବିଜ୍ଞାନ

       ଜ୍ଞାନ ଗାରିମା ଆଜି

ବସୁଧା କାନ୍ଦୁଛି ବିକଳେ

        ନବ ବଧୂଟି ସାଜି ।


ଅନାଦୃତ ଆଜି ହୋଇଛି

       ଧନ ସମ୍ପଦ ଲୋଭ

ଉଚ୍ଚ ଶିକ୍ଷା ଆଜି ସାଜିଛି

        ବିଜ୍ଞଜନଙ୍କ କ୍ଷୋଭ ।


ମୃତ୍ୟୁ କବଳିତ ଧରଣୀ

        ମୃତ୍ୟୁ ଦାନବ ହାତେ

କାନ୍ଦୁଛି ବିକଳେ ଅବନୀ

         ମହାମାରୀର ହତେ ।


ଶତ ଶତ ଶବ ସତ୍କାର

        ଦେଖି ଭୀତ ଜୀବନ

ତଥାପି ମାନବ ଛାଡ଼ୁନି 

        ନିଜ କୁକର୍ମ ମାନ ।


ବିଶ୍ୱ ପରିବାର ଦୁଃଖରେ

         ଆଜି ହୋଇଛି ହତ

ଅମାନିଆ କିଛି ମଣିଷ

         ପ୍ରିୟା ପ୍ରୀତିରେ ରତ ।


ସଙ୍ଗରୋଧ ପାଇଁ ଚିତ୍କାର

        ଆଜି ସାରା ବିଶ୍ୱରେ

ଅମଣିଷ ପଣ ଯାହାର

        ସିଏ ଭ୍ରମଣ କରେ ।


ବିଧି ବାମ ଆଜି ସାଜିଛି

        ଆମ କର୍ମର ପାଇଁ

ଅବରୋଧ ପାଇଁ ଗଢ଼ିଛି

         କିଛି ନିୟମ ସାଇଁ ।


ମାନିଲେ ନିୟମ ଧରାରେ

        ହେବ ହରଷ ମନ

ବୁଦ୍ଧିର ବନ୍ଧନେ ରହିବ

         ରୋଗୀଙ୍କର ଜୀବନ ।


ଜ୍ଞାନୀ ଗୁଣି ଜନ ସକଳ

       ଶୁଣ ବିଶ୍ୱବାରତା

ନହେଲେ ଶ୍ମଶାନ ସାଜିବ

        ଆମ ଧରିତ୍ରୀ ମାତା ।


ଗୁରୁଜନ କଥା ଅବଜ୍ଞା

         କର ନାହିଁ ଗର୍ବରେ

ଦୁଃଖ କଷ୍ଟ ଯେବେ ଭୋଗିବ

         କେ ନ ଥିବେ ପାଖରେ ।


    


Rate this content
Log in

More oriya poem from Ranjan Panda