STORYMIRROR

Krupasindhu Mishra

Others

3  

Krupasindhu Mishra

Others

ମହାଭାରତ (୪୬) ଲାଖବିନ୍ଧା

ମହାଭାରତ (୪୬) ଲାଖବିନ୍ଧା

2 mins
13.3K


ମହାଭାରତ (୪୬)ଲାଖବିନ୍ଧା

ଶକୁନି ଓ ଅର୍ଜୁନଙ୍କ ମଧ୍ୟରେ ହେଉଥିବା କଥା ଦୁଃଶାସନ ଶୁଣୁଥିଲା. ଏତେ ବଡ ଅପମାନଜକ ମନ୍ତବ୍ୟ ଶୁଣି ସେ ଗଦା ଧରି ଆକ୍ରମଣ କରିବାକୁ ଆସିଲା. ରାଜା ଦ୍ରୁପଦ ତାକୁ ଅଟକାଇଲେ କିନ୍ତୁ ସେ ତାଙ୍କୁ ଧକ୍କାଏ ମାରିବାରୁ ସେ ତଳେ ପଡି ଗଲେ. ଧୃଷ୍ଟଦ୍ୟୁମ୍ନ ନିଜର ସୈନ୍ୟମାନଙ୍କୁ ନେଇ ପ୍ରତିରୋଧ କରିବାକୁ ଆସିଲେ. ଶିଖଣ୍ଡୀ ପାର୍ଥଙ୍କୁ କହିଲେ,"ତୁମେ ପାଞ୍ଚାଳୀକୁ ନେଇ ରାଜଭବନ ଭିତରକୁ ଚାଲିଯାଅ. ଲାଗୁଛି,ଖୁବ ଗୋଟାଏ ବଡ ଯୁଦ୍ଧ ହେବ .ଦ୍ରୌପଦୀ ମଧ୍ୟ ସେହି ଅନୁରୋଧ କଲେ .କିନ୍ତୁ ଅର୍ଜୁନଙ୍କୁ ଅବିଚଳିତ ଭାବରେ ସେହିଠାରେ ଠିଆ ହେବାର ଦେଖି ଆଶ୍ଚର୍ଯ୍ୟ ହେଲେ,ବ୍ୟସ୍ତ ବି. ଅର୍ଜୁନ କହିଲେ, କିଛି ଭୟ କରନାହିଁ, ଏବେ ମୁ ଏମାନଙ୍କ ଅବସ୍ଥା କଣ କରୁଛି ଦେଖ. ଦ୍ରୁପଦ ରାଜାଙ୍କ ସୈନ୍ୟମାନେ ଅର୍ଜୁନଙ୍କ ସପକ୍ଷରେ ଲଢ଼ିବାକୁ ପ୍ରସ୍ତୁତ ହୋଇଗଲେ. ଶିଖଣ୍ଡୀ ଦ୍ରୌପଦୀଙ୍କୁ ଅନ୍ତଃପୁରକୁ ଚାଲିଯିବାକୁ ଅନୁରୋଧ କଲେ, କିନ୍ତୁ ସେ ଅର୍ଜୁନଙ୍କୁ ଛାଡି ଯିବାକୁ ରାଜି ହେଲେ ନାହିଁ. ଦୁଃଶାସନ ଦ୍ରୌପଦୀଙ୍କ ଆଡକୁ ଅଗ୍ରସର ହେଉଥିବାର ଦେଖି ସୈନ୍ୟମାନେ ତାକୁ ଘେରି ଗଲେ. ତାହା ଦେଖି ଦୁର୍ଯ୍ୟୋଧନ ମଧ୍ୟ ଗଦା ଧରି ରେ ରେ କାର କରି ଆକ୍ରମଣ କରିଦେଲେ. ଧାର୍ମିକ ରାଜାମାନେ ତାଙ୍କୁ ସମର୍ଥନ କଲେ ନାହିଁ.    କିନ୍ତୁ ନାରକା ,ଜରାସନ୍ଧ ,ରୁକ୍ମଣ ଓ ଶିଶୁପାଳ ଆଦି ରାଜାମାନେ “ଏହି ବିପ୍ରକୁ କନ୍ୟା ଘେନି ଯିବାପାଇଁ ଦେଵାନାହିଁ “ କହି ମାରିବାକୁ ଉଠିଲେ. ଏହା ଦେଖି ବ୍ରାହ୍ମଣମାନେ ମଧ୍ୟ କ୍ରୁଦ୍ଧ ହୋଇ ସୄବ,ପ୍ରୋକ୍ଷଣୀ,ପିଢ଼ା,ଗଡୁ, କମଣ୍ଡଳୁ ଆଦି ଧରି ଲଢ଼ିବାକୁ ବାହାରି ପଡିଲେ. ବ୍ରାହ୍ମଣ ବଧ ଆଶଙ୍କାରେ ଯୁଧିଷ୍ଠିର ସେମାନଙ୍କୁ " ସେ ବ୍ରାହ୍ମଣ ଏକା ଯଥେଷ୍ଟ " କହି  ଶାନ୍ତ କରି ବସାଇଲେ ଏବଂ ଭୀଷଣ ରାଗରେ କଂପୁଥିବା  ଭୀମଙ୍କ ଆଡକୁ ଅନାଇ ",କିହୋ, ପଣ୍ଡାଏ ଯିବକି ବୋଲି ପଚାରି ଦେଲେ." ଭୀମଙ୍କୁ ଆଉ କିଏ ସମ୍ଭାଳେ ? ସେତେବେଳେ ଦୁଃଶାସନ ଦ୍ରୌପଦୀଙ୍କ ନିକଟରେ ପହଂଚି ତାଙ୍କୁ ଟାଣିବାକୁ ଚେଷ୍ଟା କରୁଥାଏ. ଭୀମ ପଛଆଡ଼ୁ ବିଧାଏ ବସାଇବାରୁ ସେ ମାଟି କାମୁଡି ପଡିଲା. ତା ହାତରୁ ଗଦା ଦୁଇଟି ନେଇ ଭୀମ ଶତ୍ରୁ ସୈନ୍ୟ ଓ ରାଜାମାନଙ୍କୁ ପ୍ରବଳ ପ୍ରହାର କରିବାକୁ ଲାଗିଲେ. ଭୀମଙ୍କର କ୍ରୋଧର ପରିଣାମରେ କୌରବମାନଙ୍କର ଅବସ୍ଥା କଣ ହେବ ଯୁଧିଷ୍ଠିର ଜାଣିଥିଲେ. ସେ ନକୁଳଙ୍କୁ ପଠାଇଲେ ଭୀମଙ୍କୁ ଶାନ୍ତ କରିବାକୁ. ନକୁଳ କେବଳ ଆଦେଶ ଅପେକ୍ଷାରେ ଥିଲେ. ସେହିପରି ସହଦେବ ମଧ୍ୟ ସେମାନଙ୍କୁ ଅଟକାଇବାକୁ ଯାଇ ତାଙ୍କ ସହିତ ମିଶିଗଲେ .

(କ୍ରମଶଃ)


Rate this content
Log in