STORYMIRROR

Sanjaya Kumar Sahoo

Others

5.0  

Sanjaya Kumar Sahoo

Others

ମେଘରାତି

ମେଘରାତି

1 min
13.2K


#ମେଘରାତି


କଳା ହାଣ୍ଡିଆ ମେଘ ଉଠେଇ

ଆକାଶ'ଟା ଯେମିତି ଗର୍ଜୁଥିଲା

ଭାବିଲି ଖୁବ୍ ବର୍ଷିବ.....!!


ଘନୋଉ ଥିବ କୃଷ୍ଣ ରଙ୍ଗ ମେଘ

ଘଡଘଡି ଶବଦରେ ମେଦିନୀ କମ୍ପୁଥିବ

ପବନର ଚକା ଭଉଁରୀ

ବିଜୁଳି ଚମକୁ ଥିବ....

ଝୁରୁଝୁରୁ କର୍ପୂର ଭଳି

ଆକାଶରୁ ବର୍ଷା ଝରୁଥିବ !!


ଖୁବ୍ ବର୍ଷିବ, ଭିଜେଇବ

ଦିଶୁଥିବା ଦୂର ପାହାଡ, ଶାଳବଣ'ର ସବୁଜିମା

ପାହାଡ଼ ତଳି ଗାଁ, ପାଚିଲା ଧାନକ୍ଷେତ....

ଫଟା ମାଟି'ର ଆଁ !!


ସ୍ମୃତି'ର ମାନସପଟ୍ଟ

ମୋ' ସାମ୍ନାରେ ହେବ ଉପନୀତ

ଆଉ ମୋତେ ହିଁ ପଚାରୁ ଥିବ

କେମିତି ଅଛ, ଶବ୍ଦ'ର ଶକଟ୍ଟ ??


ଏତେ ବେଳକୁ ତ,

ମୋ' କଣ୍ଠ ବାଷ୍ପରୁଦ୍ଧ ... !!


ଯେମିତି....

ବୈଦ୍ୟୁତିକ ଯନ୍ତ୍ରାଂଶର ସଂସ୍ପର୍ଶରେ ଆସି

ଲାଗି ଯାଇଛି ହାତ...

ଆଉ...ଏବେ ଏବେ ମୁଁ ପାଇଛି ଆଘାତ !!


ଏମିତି ନିଶବ୍ଦ କଣ ସବୁ ମେଘରାତି ?

ଝୀଂ ଝୀଂ ରାତିର ଝିଙ୍କାରୀ

ଭଙ୍ଗା ବୀଣାର ସ୍ୱର ପରି....

ମାଟିରୁ ଆକାଶ ଯାଏ ଯାଉଛି ସଞ୍ଚାରି !!


କାନ୍ଧରେ ଶବ ଟିଏ ଧରି

ଏବେ ଏବେ ଏଇ ବାଟେ

ଯାଉଥିଲେ କି, ରାଜା ବିକ୍ରମାଦିତ୍ୟ...?

ଲୋମମୂଳ ଉଠୁଛି ଟାଙ୍କୁରି !!


କହିଥିଲି ଆସିବାକୁ ପାଦ ଥିରିଥିରି

ଛାତିର ସ୍ପନ୍ଦନଠୁଁ ନିଶବ୍ଦ ଆହୁରି !!


ଆହୁରି ବି କହିଥିଲି....ପିନ୍ଧିବୁନି

ରୁଣୁଝୁଣୁ ପାଉଁଜି କି, ଛମ୍ ଛମ୍ ଚୁଡି...

ଛାତିରେ ଥାପିବୁ'ନି

ଘୋ' ଘୋ' ସମୁଦ୍ର ଲହଡି !!


କଣ୍ଟାଥିବ, ଆଣିବୁ'ନି ଗୋଲାପ'ର କଢ଼ି...

ଆଉ କଣ ମନେ ଅଛି...

ସେ ଦିନ ରାତିରେ

ତନୁଲତା ପିନ୍ଧି ଥିଲା, କେଉଁ ରଙ୍ଗ ଶାଢ଼ୀ ??


ଓଠରେ ଭରି ଥିଲା କେଉଁ ରାଗ-ରସ

ମାଳତୀ, ସେବତୀ, ଅବା କୃଷ୍ଣଚୂଡ଼ା ହସ

ମୁଁ କେମିତି ମଦମତ୍ତ ହେଲି

ଆକଣ୍ଠ ପିଇଲି ମଧୁ

ପିଆଲାରେ ଭରିଥିଲା କେଇ ଟୋପା ବିଷ ??


ଭାରି ଆନମନା

ଫୁଲ ଉଡା ବୟସରେ ଏ ନୂଆ ଉନ୍ମାଦନା....

ଭସା ମେଘ''କୁ ନେଇ ମେଘଦୂତ

କାଳିଦାସ କଳ୍ପନାରେ ବିମୋହିତ

ଅନାବନା କବିତା ରଚନା !!


କଳା ଘୁମର ମେଘରାତି କି, ମସ୍ତ ଜହ୍ନରାତି...

ମୁଁ କଣ ଆଉ ଆଗ ଭଳି

ଆକାଶର ଖବର ରଖୁଛି......??????


#ସଂଜୟ କୁମାର ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍