STORYMIRROR

Sanjaya Kumar Sahoo

Others

4  

Sanjaya Kumar Sahoo

Others

ବାର ଡିସିମିଲି ଡିହ

ବାର ଡିସିମିଲି ଡିହ

1 min
165


ପିଢିରୁ ପିଢ଼ି ବଦଳୁ ଥାଏ

ବାର ଡିସିମିଲି ଡିହ ର

ମାଲିକାନା ସତ୍ତ୍ୱ !


ଦେହରୁ ଦେହ ଦେଇ

ବହିଯାଉଥାଏ ସମ୍ପର୍କର ନଈଟିଏ

ସେ ନଈର ରଙ୍ଗ କେବେ

ରକ୍ତ ପରି ନାଲି

ଆଉ କେବେ ପାଣି ପରି ସ୍ଵଛ !!


ସେ ଢି଼ଅର ମାଟି ଉପରେ 

କଅଁଳୁ ଥାଏ କେରି କେରି ଦୁବ

ସଯତ୍ନ ହାତରେ ଭାଡ଼ି ସାରା

ଲଟେଇ ଯାଏ କାକୁଡ଼ି ଡ଼ଙ୍କ !!


ଗଙ୍ଗଶିଉଳି ଗଛରୁ 

ଫୁଲ ଝଡେ, ପ୍ରଜାପତି ଉଡ଼େ

ବାରଣ୍ଡାରେ ବସି ସ୍ୱର୍ଗବାସୀ 

ଜେଜେଙ୍କର ଜଙ୍ଘବାଦ୍ୟ 

ଆଜି ବି ଖୁବ୍ ମନେ ପଡ଼େ !!


ବୈଶାଖ କୁହ କି ବସନ୍ତ

ସବୁ ମୁହଁସଞ୍ଜରେ ବୁଢ଼ୀ ମା' ର  

କାହାଣୀ ପେଡି

ପ୍ରେକ୍ଷ୍ୟାଳୟର ପର୍ଦା ଉପରେ

ଯେମିତି ନୂଆ ଚଳଚ୍ଚିତ୍ର !!


ସେଇ ବାର ଡିସିମିଲି ଢି଼ଅ ଉପରେ

କେବେ ଲେଖା ହେଇଛି 

ସାତ ଖଣ୍ଡ ରାମାୟଣ 


ତ ଆଉ କେବେ ପାଂଚପଡା ପାଇଁ 

ସାଢ଼େ ସତର ଦିନର ଯୁଦ୍ଧରେ

ରକ୍ତ ରଞ୍ଜିତ ହୋଇଛି ମହାଭାରତ !!


ଯେଉଁ ଓଳିକ ବାକି ରହିଲା ??

ସେ ଯୁଦ୍ଧ ତ ଲାଗି ରହିଛି ଅବିରତ !!


ପିଢ଼ି ପରେ ପିଢ଼ି

ବଦଳି ଯାଉଥାଏ ସିନା

ବାର ଡିସିମିଲି ଡିହର ମାଲିକାନା ସତ୍ତ୍ୱ


ସେ ଢି଼ଅକୁ ଭୋଗିବା ପାଇଁ

ଏ ଯାଏ ବି କେହି ଜଣେ ଉତ୍ତରାଧିକାରୀ 

କେଉଁ ଦେବତାଙ୍କ ଠାରୁ

ପାଇ ନାହାନ୍ତି ଅମରତ୍ୱ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍