STORYMIRROR

Gopinath Sethi

Others

3  

Gopinath Sethi

Others

ମୌସୁମୀ

ମୌସୁମୀ

1 min
238

ଅଭିମାନ ଭୁଲି ଆସିଅଛି ଚାଲି

ମଉସୁମୀ ରାଣୀ ଦେଖ।

ସାରୁ ଗଛ ମୂଳୁ ଶୁଭୁଛି ବେଙ୍ଗୁଲୀ

କେଁ-କଟର ର ଡାକ ।।

ବର୍ଷାର ଆଗମେ ଭସା ବାଦଲ ଏ

କାନେ କାନେ ଯାଏ କହି ।

ନହୁଅ ନିରାଶ ନେଇ ନୂଆ ଆଶ

ଏଥର ଫେରିଛି ମୁହିଁ ।।

ସବୁଜ ବନାନୀ ସବୁଜିମା ଘେନି

ହସି ଉଠୁଅଛି ଧରା ।

ଦିଗନ୍ତ ପ୍ରସାରୀ ଶୁଭେ ଘଡଘଡି

ଯେସନେ ଶୁଭ ନାଗରା ।।

ମେଘ ମହ୍ଲାରର ମଧୁର ସୁରରେ

ନାଚୁଛି ମୟୂରୀ ଆଜି।

ପିପାସୁ ଚାତକ ଛାତି ଦକ ଦକ

ବର୍ଷା ରାଣୀ ପ୍ରେମେ ଭିଜି।।



Rate this content
Log in