"ମା"ଚନ୍ଦ୍ରକଳା, କୋରାପୁଟ
"ମା"ଚନ୍ଦ୍ରକଳା, କୋରାପୁଟ
1 min
116
ମାଆର ଓଠର ମିଠା ମିଠା କଥା
ସ୍ନେହ ଶ୍ରଦ୍ଧାର ପୀୟୂଷ,
ସବୁ ଦୁଃଖ କଷ୍ଟ ସହି ଯାଏ ସିଏ
ସନ୍ତାନକୁ ଦେଇ ହସ |
ତାର ପାଦ ଧୂଳି ଚନ୍ଦନଠୁଁ ବଳି
କରଇ ସଦା ଆଶିଷ,
ନିଜେ ଦୁଃଖ କଷ୍ଟ ହୃଦୟରେ ଚାପି
ଓଠରେ ଦେଖାଏ ହସ |
ତା'କୋମଳ କୋଳ ଅତି ସୁଶୀତଳ
ତୂଳୀ ତଳ୍ପ ଲାଗେ ବିଷ,
ମଙ୍ଗଳ କାରିଣୀ ସ୍ନେହ ନିର୍ଝରିଣୀ
କେତେ ପୁଣ୍ୟ ତା'ଆଶିଷ |
ମାଆର ପଣତ ଶ୍ରୀମନ୍ଦିର ନେତ
ସୁଖେ ଦୁଃଖେ ହୁଏ ସାହା,
ବିପଦେ ଆପଦେ ରକ୍ଷାକବଚ ସେ
ଦେଖାଏ ସେ ନୂଆ ରାହା |
