କୁହୁକିନୀ କନିକା...
କୁହୁକିନୀ କନିକା...
1 min
10
କୁଆଁରୀ-କଜ୍ଜଳ-କୁହୁକୀ-କନିକା;
କୁଞ୍ଜ-କଳାବତି-କମଳ-କଳିକା,
କେତକୀ-କେଶରେ-କୀଟ-କଳାଭ୍ରମର;
ଉତ୍କଳର ଉତ୍ତମାଙ୍ଗେ ଉଭା ଚାରୁଅଳଙ୍କାର,
କିରୀଟିନୀ-ଖରସ୍ରୋତା-କୁନ୍ତଳେ-କୁରୁବକ;
କେଦାର କୃଷକ କରେ କୋଡ଼ିକୋଦଳର ଡାକ।
କମଳ- କୁଙ୍କୁମାକ୍ତେ-କୁହୁଡି-କାନ୍ତିରେ-ଚନ୍ଦନପୋଖରୀ;
କାରୁଣ୍ୟ-କନିକା-କଳ୍ପ ପଞ୍ଚୁଦୋଳ କଥା କହେ ହାକାରି ହକାରି।
ଏ କାଙ୍ଗାଳି କନିକା କୋଳ କେ ପାରିଛି କେଳି;
କାଳର କଟାଳ କରେ କୀର୍ତ୍ତିରାଜି ବଳି।
ଚକ୍ରଧର,ମଧୁସୂଦନ ଙ୍କ କନିକା ପ୍ରଜାମେଳି;
କନକ-କନିକା-କୋଳେ-କାଳଜୟୀ ବସୁବିଶୁନିଙ୍କ ବଳି।
କରୁଣ-କ୍ରନ୍ଦନେ-କୁମାରୀ-କନିକା-କଳାବତି;
କପୋଳେ ଶିକ୍ତ-ତିକ୍ତ ଲୋତକର ଗତି।
କଷଣର-କୈଫିୟତ-କେଳିଦୀପ-କର୍କଶଶିଖାରେ;
ଏ କଷଣ କୁ କୁମ୍ଭକର୍ଣ୍ଣ କାୟା ଗୁଣ କରେ।
ସମୟର-କଠୋର-କଂକ୍ରିଟ-ଅକାଟ୍ୟ-କଟାକ୍ଷ;
କ୍ଳାନ୍ତ-କଏଦୀ ରାଜବାଟୀ ତା'ର ମୁକ ସାକ୍ଷ୍ୟ।
