କସ୍ତୁରୀ ମୃଗ
କସ୍ତୁରୀ ମୃଗ
1 min
980
ତୂମପାଖେ ମୁଁ ଠିଆହୁଏ
ଅତି ସନ୍ତର୍ପଣେ ,
ମୋ ମଳିଚିଆ ରଂଗ ଆଉରି ମଳିନ ଦିଶେ
ଦ୲ଉ ଦାଉ ଜଳୁଥିବା
ତୁମ ରୂପର ଔଜଲ୍ୟରେ ...
ତୁମ ଓଠର କୁହୁକ
ତୁମ କେଶର ମହକ
ତୁମ କଥାର ଚାତୁରୀ
ତୁମ ହସର ମାଧୁରୀ
ସବୁ ମତେ ବିବଶ କରୁଥାଏ ,
ଆଉ ଅବଶ ପାଦ ମୋର
ଅଟକିଯାଏ ଏରୁଣ୍ଡି ପାଖରେ ....
ଏତିକିବେଳେ ମୁଠାଏ ମଲ୍ଲୀର ମହକ
ପହଁରି ଆସେ ପବନରେ
ଆଉ ସେ ବାସ୍ନାରେ ବିଭୋର ହୋଇ
ମୁଁ ପୁଣି ଖୋଜିହୁଏ ମତେ
ଆଉ ଆଖି ମୋର ହଜିଯାଏ
ଅସୀମ ଆକଶରେ ....
ଆଉ ସେତେବେଳେ
ମୋ ଶ୍ୟାମଳ ରଂଗ
ମୋ ଅବୁଝା ଢଂଗ
ମୋ ଅଧୁରା ପ୍ରୀତି
ମୋ ଅଯଥା ଭୀତି
ଝଟକୁଥାଏ ନିଜ ଅସ୍ତିତ୍ଵ ବିସ୍ତାରି
ସନ୍ଧ୍ୟା ତାରା ହୋଇ
ବାରୁଣୀ ଦିଗରେ ....
