କ୍ଷୁଧା
କ୍ଷୁଧା
1 min
808
ଏବେ ଏବେ ଖବର ଆସିଛି
ମତଦାତା ବୀତସ୍ପୃହ କାଳେ ।
ବୁଝାତ ପଡୁନି କଥା କିଛି
କାରଣଟା କଣ ହୋଇ ପାରେ ? 1
ପିଲାସବୁ ସଜବାଜ ହୋଇ
ଆସିଛନ୍ତି ପଢିବାକୁ ପାଠ
ଗୁରୁଙ୍କର ଦେଖାମିଳୁନାହିଁ
କିଏ ତାଙ୍କ ଓଗାଳିଛି ବାଟ । 2
ଖାଦ୍ୟ ଏଠି ଲୋଡା ନାହିଁ ଜମା
ଲୋଡା ଖାଲି ପ୍ରଚୁର ପାନୀୟ
ତର କାହିଁ କରିବାକୁ କାମ
ପିଇବାକୁ ମିଳୁନି ସମୟ । 3
କେତେଦିନ ଚାଲିବ ଏମିତି
ଖୋଜୁଥିବା କାର୍ଯ୍ୟ ଓ କାରଣ
ଫଳ ନୁହେଁ କାର୍ଯ୍ୟର ପ୍ରତୀତି
କ୍ଷୁଧା ଆଉ କ୍ଷୁଧାହିଁ କାରଣ । 4
