STORYMIRROR

Antaryami Biswal

Others

3  

Antaryami Biswal

Others

ଆଶା

ଆଶା

1 min
225

ତୁ ତ ରାମଚଣ୍ଡୀ ନୋହୁଁ, କି ନୁହେଁ ମୁଁ କଳାପାହାଡ଼

ଡାକିବୁ ବୋଲି କହିଦେଇ ଯେ, ଯାଇଛୁ?

ଛଟପଟ ହେଉଛି ଏଠି ମୁଁ, ତୋ ଡାକରାର ଅପେକ୍ଷାରେ

ରଙ୍ଗଶାଳର ଆକର୍ଷଣ ବି ଚହଲେଇ ପାରୁନି ମୋତେ

ତୋ ଡାକିବାରେ କ'ଣ ସତରେ ଏତେ ଆକର୍ଷଣ ଅଛି !


ତୁ ସତରେ କିଏ କି ଏମିତି?

ତିମିରିତ ଏକ ଉଷର ମରୁର ଅବଶେଷ

ଅବା ଶେଷ ସମୟର ଶୀତଳ ଆଶ୍ଳେଷ 

ସଂଚରିତ କରୁଣା କି ତୁ କେଉଁ ମହାନ ସ୍ରଷ୍ଟାର?

ରକ୍ତ ପ୍ରଦାୟକ କେଉଁ ଅର୍ଯମାର ଆଶିଷ ଅବା ତୁ

ତୋତେ ହିଁ ଜଣା ଏକା ତୋର ପରିଚୟ।


କାମନାରେ ଜର୍ଜରିତ ଦୁଃଖର ପାତ୍ରଟେ ମୁଁ

ମୋ ନିର୍ବାଣ ପ୍ରାପ୍ତିର ଦିଗଦର୍ଶକ କି ତୁ?

ତୁ କି ସତେ ମହା ବୋଧି, ଅପ୍ରାପ୍ତିର ଭ୍ରମ

ମୋ ଅନ୍ତହୀନ ଜୀବନ ଚକ୍ରର ତ୍ରାଣକର୍ତ୍ତା

ତୋତେ ଅବା ଜଣାଥିବ ମୋର ଶେଷ ପରିଣତି

ତେଣୁ ବୋଧେ ଏ ଅପେକ୍ଷା ଯନ୍ତ୍ରଣା ହୀନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Antaryami Biswal

ଆଶା

ଆଶା

1 min ପଢ଼ନ୍ତୁ