STORYMIRROR

BANANIBALA NAIK

Others

4  

BANANIBALA NAIK

Others

କୃଷ୍ଣସ୍ତୁ ଭଗବାନ ସ୍ଵୟଂ

କୃଷ୍ଣସ୍ତୁ ଭଗବାନ ସ୍ଵୟଂ

2 mins
205



ଧରା ପୃଷ୍ଠେ ବଢ଼େ ଯେବେ ଅସତ୍ୟର ଭାର,

ଧରଣୀ ମାତା ଦୁଃଖରେ ହୁଅନ୍ତି ଅସ୍ଥିର ।।

ପରଂବ୍ରହ୍ମ ପାଶେ ଯାଇ ମାତା ବସୁନ୍ଧରା,

ରକ୍ଷା କର ପ୍ରଭୁ ବୋଲି ହୁଅନ୍ତି ନେହୁରା ।।

ଧରଣୀ ର ଦୁଃଖ ଦେଖି ପ୍ରଭୁ ବ୍ରହ୍ମରାଶି,

ଧରା ପୃଷ୍ଠେ ବିରାଜନ୍ତି ପ୍ରଭୁ ନିଜେ ଆସି ।।

ଯୁଗେ ଯୁଗେ ନାରାୟଣ ତେଜି କ୍ଷୀରାର୍ଣ୍ଣବ,

ମର୍ତ୍ତ୍ୟ ପୃଷ୍ଠେ ଅବତୀର୍ଣ୍ଣ ହୁଅନ୍ତି ମାଧବ ।।

ମତ୍ସ୍ୟ,କୂର୍ମ, ରାମ, କୃଷ୍ଣ, ବରାହ ,ବାମନ,

କଳ୍କୀ,ନୃସିଂହ ପୁଣି ବୁଦ୍ଧ,ପର୍ଶୁରାମ ।।

ଦଶ ଅବତାର ଏହି ପରି ପ୍ରଭୁଙ୍କ ର,

ଦ୍ଵାପର ଯୁଗରେ ନେଲେ କୃଷ୍ଣ ଅବତାର ।।

ପ୍ରବଳ ପ୍ରତାପୀ କଂସାସୁର ଅତ୍ୟାଚାରେ,

ଦେବତା ମାନବ ସର୍ବେ କମ୍ପିଲେ ଭୟରେ ।।

ମୁନି ଋଷି ଗଣ ସର୍ବେ ଗଣିଲେ ପ୍ରମାଦ,

ରକ୍ଷାକର ରକ୍ଷାକର ଶୁଭିଲା ଶବଦ ।।

ଦେବକୀ ଉଦରେ ପ୍ରଭୁ ବିଜେ ହେଲେ ଆସି,

ଅଷ୍ଟମ ଗର୍ଭରେ ଜନ୍ମ ହେଲେ ବ୍ରହ୍ମରାଶି ।।

ମଥୁରାରେ ଜନ୍ମ ହୋଇ ଗଲେ ଗୋପପୁର,

ସପ୍ତମ ଗର୍ଭରେ ଥିଲେ ପ୍ରଭୁ ହଳଧର ।।

ଯୋଗମାୟା ମାତା ଆକର୍ଷିଲେ ମାୟା ବଳେ,

ରୋହିଣୀ ଗର୍ଭରେ ତାକୁ ଯତନେ ଥାପିଲେ ।।

ଏହି ପରି ନାରାୟଣ ଶେଷଦେବ ସାଥେ,

ଗୋପରେ ରହିଣ ଲୀଳା କଲେ କେତ

େ ମତେ ।।

ତାଙ୍କୁ ନାଶିବାକୁ କଂସ ପେଶିଲା ଦଇତ୍ୟ,

କ୍ରୀଡା କୌତୁକରେ ଦୈତ୍ୟଙ୍କୁ ମାରି ନନ୍ଦ ସୁତ ।।

ବକା,ଅଘା, ଶକଟା ଯେ ପୁତନା ଅସୁରୀ,

ଶିଶୁ କୃଷ୍ଣ ଅନାୟାସେ ଦେଲେ ତାଙ୍କୁ ମାରି ।।

ଧନୁ ଯାତ୍ରା ଛଳେ କଂସାସୁର ଡକାଇଲା,

କୃଷ୍ଣ ଙ୍କୁ ଦେଖିଣ କଂସ ପରାଣ ଛାଡ଼ିଲା ।।

ଏହିପରି ମଧୁ ପୁରେ ଥିଲେ ଯେତେ ଦୈତ୍ୟ,

ନାରାୟଣ କୃଷ୍ଣ ରୂପେ କଲେ ତାଙ୍କୁ ହତ ।।

କାଳିୟ ଦଳନ କରି ଗର୍ବ ଚୁନା କଲେ,

କାଳିନ୍ଦୀ ହ୍ରଦରୁ ତାକୁ ଶୀଘ୍ର ତଡ଼ିଦେଲେ ।।

ହସ୍ତିନା ପୁରରେ ରଚି ସମର ଭାରତ,

ଯେତେ ପାପୀ ଥିଲେ ତାଙ୍କୁ କରିଲେ ନିପାତ ।।

ପାଣ୍ଡୁ ପାଞ୍ଚ ସୁତ ଥିଲେ ସତ୍ୟର ପୂଜାରୀ,

ଛତ୍ର ଛାୟା ତଳେ ତାଙ୍କୁ ରଖିଲେ ମୁରାରି ।।

କୌରବ ପକ୍ଷରେ ଥିଲେ ଯେତେ ଦୁରାଚାରୀ,

ଭାରତ ସମରେ ନାଶ,ଗଲେ ଯମ ପୁରି ।।

ଘୁରୁଥାଏ ପ୍ରଛନ୍ନରେ ଚକ୍ର ସୁଦର୍ଶନ ,

ଅବିଳମ୍ବେ ପାପୀ ଶିର କରଇ ଛେଦନ ।।

ଏହି ପରି ଅବନୀର ଦୁଃଖ ଦୂର କରି,

ଧର୍ମ ର ପ୍ରତିଷ୍ଠା କରିଥିଲେ ବଂଶୀଧାରୀ ।।

ଶ୍ରୀ କୃଷ୍ଣ ଅଟନ୍ତି ତେଣୁ ସ୍ବୟଂ ନାରାୟଣ,

ମାନବ ରୂପରେ ମର୍ତ୍ତ୍ୟେ ହେଲେ ଅବତୀର୍ଣ୍ଣ ।।


ବନାନୀ ବାଳା ନାଏକ

ସୁନ୍ଦରଗଡ଼



Rate this content
Log in