କବିତା ଗୋ
କବିତା ଗୋ
1 min
202
ଭାଵନା ରେ ମୋର
ଆସ ତୁମେ ଯେବେ
ଚାରୁ ଚିତ୍ରିତ ହୋଇ
ଶବ୍ଦ ନୈଵେଦ୍ୟେ
ସ୍ବାଗତ ଜଣାଏ
କବିତାର ରୂପ ଦେଇ
ମନ ମାନସୀ ମୋ
ଚାରୁ ଚନ୍ଦ୍ରହାସୀ
ନିଃସଙ୍ଗ ଵେଳାର ସାଥୀ
ତୁମେ ସ୍ରୋତସ୍ଵିନୀ
ସୁଧା ନିର୍ଝରିଣୀ
ତନ୍ମୟ ତୃଷ୍ଣା ର ତିଥି
ସଞ୍ଚିତ ପ୍ରଜ୍ଞା ର
ମାନସ ମନ୍ଦିରେ
ତୁମେ ହୃଦୟର ସ୍ଵର
କଳ୍ପିତ ରାଗରେ
ଅନୁବନ୍ଧିତ ଗୋ
ଚେତନାର ଝଙ୍କାର
ପ୍ରୀତି ପିୟୁଷର
ଚିତ୍ରକଳ୍ପ ତୁମେ
ଉତ୍ତରଣ ର ଭାବ
ହୃଦ ମଧୁଶାଳା
ମନ ପିଆଲାରେ
ମହକିତ ଅନୁଭବ
ଭାବାତୀତ ତୁମେ
ଅକଳ୍ପନୀୟ ଯେ
ଆବେଗିକ ରୂପଛନ୍ଦ
ଚାରୁହାସିନୀ ଗୋ
ମନ୍ଦ୍ରେ ନିନାଦିତ
ହୃଦେ ଫୁଟେ ପ୍ରୀତି ଶବ୍ଦ
ଏ ବିଶ୍ଵ କବିତା
ଦିବସେ ଜଣାଏ
ପ୍ରୀତି ଅଞ୍ଜଳି ଭରି
ତୁମରି ସ୍ପନ୍ଦନ
ହୃଦୟୁ ହୃଦକୁ
ଯାଉ ଆବେଗେ ସଞ୍ଚରି ।
