STORYMIRROR

Ranjita kumari pati

Others

4  

Ranjita kumari pati

Others

ଚିର ନମସ୍ୟା ମାଆ

ଚିର ନମସ୍ୟା ମାଆ

1 min
282

     

   

    ପୂଣ୍ୟତୋୟା ସେ

       ଜଠରୁ ଯାହାର

         ପାଇ ଅମୃତ ଛୁଆଁ

  ସ୍ନେହମୟୀ ସେ ଯେ

      ମଧୁର ପ୍ଳାବିନୀ

       ଅତି ଆପଣାର ମାଆ ।


 ଯା ଓଠ ପିୟୁଷ

    ଢ଼ାଳଇ ଆଶିଷ

      ପ୍ରୀତି ଫଗୁଣରେ ମଜ୍ଜି

ଦିବାନିଶି ସ୍ମରି

   ନାମ ଜପାମାଳି

      ଶୋକଜ୍ଵାଳା ଯାଏ ହଜି ।


ସୃଷ୍ଟିର ସମ୍ଭାରେ

   ଅନୁପମା ସେ ଯେ

     ସ୍ନିଗ୍ଧ ସ୍ମିତା ମନ୍ଦାକିନୀ

ଧରା ପରେ ରଚେ

    ମର୍ତ୍ତ୍ୟର ବୈକୁଣ୍ଠ

      ଯୁଗଧର୍ମ ଆବାହନୀ ।


ସ୍ପନ୍ଦନେ ତାହାର

   ଫଲ୍ ଗୁ ର ଧାର

     ପ୍ରଵହ ସନ୍ତାନ ପାଇଁ

କ୍ଷମାଦାତ୍ରୀ ସେ ତ

   କ୍ଷମା ଦାନେ ତାକୁ

     କିଏ ସରିହେବ କାହିଁ?


ସମୟ ନଈରୁ

   ଆୟୂଷର ବାଲି

    ଉଡିଯାଏ ଅଜାଣତେ

ମୃତ୍ୟୁ ପଦଧ୍ଵନୀ

  ଆସିବା ପର୍ଯ୍ୟନ୍ତ

     ଆଶ୍ରା ଥାଉ ତା ପଣତେ ।


ଅବ୍ୟକ୍ତ ବେଦନା

   ହୁଏ ଵିସ୍ମରଣ

     ପାଇ ଯା'ର ଅନୁରାଗ

ସର୍ଵଂସହା ସେ ତ

  ମଧୁସ୍ରାଵୀ ଝର

    ପଣତରେ ଯାର ସ୍ଵର୍ଗ ।


ଦିନଟିଏ ନୁହେଁ

  ପୂଜା ପାଇଁ ତା'ର

    ଵନ୍ଦିତା ସେ ଯେ ଉପାସ୍ୟା

ହୃଦୟ ମନ୍ଦିର

   ପୂଜା ବେଦୀ ପରେ

     ଅଟେ ସେ ଚିର ନମସ୍ୟା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍