STORYMIRROR

Nibedita Mishraguru

Others

1.2  

Nibedita Mishraguru

Others

କାଳିଆରେ

କାଳିଆରେ

1 min
14.1K


ଜୀବନରେ ସୁଖ ଦୁଃଖ ଯେତେର

କଳନା କରୁ କରୁ

ଦୁଃଖର କଳା ମୁରୁଜକୁ

ଥାପି ଦେଲି ଗୋଲ କରି

ଅଳ୍ପ ଜାଗାରେ

ସୁଖର ସ୍ୱଳ୍ପ ଧଳା ମୁରୁଜକୁ

ଚାରି ପଟେ ତାର ପତଳା କରି

ବିଞ୍ଚି ଦେଲି ବଡ ବଳୟଟେ ପରି

ସୁଖକୁ ବଡ ଆକାର ଦେଇ

ନିଜକୁ ହିଁ ଭୁଲେଇ ଦବାର

ପ୍ରଚେଷ୍ଟା ମୁଁ କରୁଥିଲି।

ସୁଖ ଦୁଃଖର ସେ ମୁରୁଜରୁ

ହଠାତ ଝଟକି ଉଠିଲା

ଚକା ଆଖି ତୋର

ନିଜକୁ ଭୁଲଉ ଭୁଲଉ ମୁଁ ଯେ

ନିଜ କଥା ଭୁଲି ଗଲି ।

ଜାଣେନା କେମିତି

ଆପେ ଆପେ ଆଙ୍କି ହେଇଗଲା

ଅନ୍ୟ ଆଖିଟି ତୋର

ସତେ ଅବା ଉଭା ହେଇଗଲୁ

ମୋ ସାମନାରେ ତୁ ।

କାଳିଆରେ, ତୋ ଦୁଇ ଚକାଡୋଳାର

ଅସରନ୍ତି ମାୟା ନିକଟରେ

ଏ ସାରା ସଂସାର ଯେ

ମିଛ ମିଛ ଲାଗେ

ସେଠି ବା ମୁଁ କାହିଁ ?

ମୁଁ ଯଦି ମୁଁ ହେଇ ନ ରହିଲି

କାଳିଆରେ, ତୁ କହ,

ମୋର ବା ସୁଖ କ'ଣ

ଆଉ ଦୁଃଖ କ'ଣ ?

ନିବେଦିତା ମିଶ୍ରଗୁରୁ


Rate this content
Log in