STORYMIRROR

Biswajeet Behera

Others

3  

Biswajeet Behera

Others

ଜେନେରାଲ ବଗି

ଜେନେରାଲ ବଗି

1 min
26.7K


ମଧ୍ୟବିତ୍ତ,ଖଟିଖିଆ,ମୂଲିଆର..

ଯାତାୟତ କୋଠାଘରଟି ବୋଧହୁଏ

ଜେନେରାଲ ଡବାଟି ଟ୍ରେନର..

ସେଠି ନାହିଁ ବଢ଼ବତା

ନାହିଁ ବୟସର ସୀମାରେଖା..

ନା ଅଛି ଜନତାଙ୍କ ର୍ନିଧାରିତ ସଂଖ୍ୟା..

ମାଂସପେଶୀ ସକ୍ରିୟତ

ନିଜ ପାଇଁ ସ୍ଥାନଟିଏ ସଂରକ୍ଷଣ,

ବୃଦ୍ଧ,ବୃଦ୍ଧା,ଅନ୍ତସତ୍ବା ମହିଳାଙ୍କ

ପ୍ରତି ମହତ୍ତ୍ଵରେ ଦଗ୍ଧ ମରଣ..

ସୁସଜ୍ଜିତ ଶୈଳୀରେ ଲେଖାଥିବା

ଗାଣିତିକ ସଂଖ୍ୟା ଗୁଡ଼ିକର

ମୂଲ୍ୟ କିଛି ନୁହେଁ..

କାହିଁକିନା-

କ୍ରମିକ ସଂଖ୍ୟା ଥିଲେ ଛଅ(୬)

କ୍ରମରେ ବସନ୍ତି ନଅ(୯)

ମନେହୁଏ ହିସାବ ଲେଖାରେ

ବାର ବାର ଠୋକର୍ ଖାଉଥିବା

ନିରୀହ ଆଦିବାସୀ,ଖଟିଖିଆ ମୂଲିଆଙ୍କୁ

ଠିକ୍ ସେ ହିସାବ ଶିଖେଇ ଦେବାରେ

ଲେଖାଥିବ, ନତୁବା

କଅଁଳା ଶିଶୁକୁ ଗାଣିତିକ ଶିକ୍ଷା ଦେବାରେ..

କିଏବା ପଚାରେ ଏଠି

ଗରିବର ଦୂରାବସ୍ଥାକୁ

ପାହାଚ ତଳର ଘାସଟିଏ ପରି..

ସାରା ଜୀବନ ସଂଘର୍ଷ ରତ ମଣିଷଟା

ଏ ସଂଘର୍ଷରୁ

ହୋଇପାରିବ ତ ପାରି?

✍ ବିଶ୍ଵଜିତ୍


Rate this content
Log in