ବନ୍ଧୁ
ବନ୍ଧୁ
ଜୀବନରେ ଯଦି କେବେ କାହାକୁ
ଅକୁହା ଅନ୍ତରର କଥା
କହିବାକୁ ପଡ଼େ
ପ୍ରତି ଉତ୍ତରରେ ପ୍ରତିଧ୍ବନି ଶୁଭେ
ସେ ହେଉଛି
ବନ୍ଧୁ,ବନ୍ଧୁ,ବନ୍ଧୁ...
ଅକୁହା ଅନ୍ତରର କଥା
ବୁଝି ପାରେ ବୋଲି ବନ୍ଧୁ
ବନ୍ଧୁମହାନ୍ତିଙ୍କୁ ନିଶଦ୍ଧ ରଜନୀ
ଦେଇଥିଲା ଭେଟି
ସୁନା ପାତ୍ରେ ଭୋଗ ଥାଳି,
ଚାଉଳ ଭଜାରେ ସୁଦାମାର ଭାଗ୍ୟ ଦିନେ ଯାଇଥିଲା ବଦଳି..
ଏକା ଏକା ହସ ଲାଗେ
ମନେ ବି ଭରିଯାଏ ଉଦାସ
ମନେ ପଡ଼ି ଗଲେ
ବନ୍ଧୁତ୍ବ ର ସେଇ ଚପଳାମି କଥା,
ଯଥା..
ପ୍ରେମିକାର ବିବାଦୀ ଚିଠିର ବ୍ୟଥା
ସଂଧ୍ୟାବେଳେ ଖେଳସାରି ଫେରୁଥିବା ରାସ୍ତା..
ସାରା ଦିନର ମାନ ଅଭିମାନ
ସଂଧ୍ୟାବେଳେ ତୁଟାଇ ଦେଉଥିଲା
ଗାଁ ମୁଣ୍ଡ ଦିକାନର
ଗୋଟିଏ କପ୍ ଚା..
ପିଇସାରି ପଇସା ଦେବା ପାଇଁ
ଅନାବନା ପ୍ରସଙ୍ଗରେ
କାହାକୁ କରିବାକୁ ପଡ଼ୁଥିଲା
ବାହା,ବାହା,ବାହା..
କାର୍ଯ୍ୟରେ ସଫଳତାର
ଆଭାସ ଶୁଣି
ବାରମ୍ବାର Party ପାଇଁ
ଦାବି କରୁଥିବା ବ୍ୟକ୍ତିଟିଏ ବନ୍ଧୁ..
ଦୁଃଖବେଳେ ସାହାରା ଦେଇ
ହାତ ଧରି
ଦୁଃଖର ଦରିଆ ପାରି କାରିଥାଏ
ବନ୍ଧୁ,ବନ୍ଧୁ,ବନ୍ଧୁ..
ବନ୍ଧୁ କେବେ ଧକା ଦେଇପାରେ ନାହିଁ
ଧକା ଦେଉଥିବା ବ୍ୟକ୍ତିଟିଏ
ହୋଇପାରେ ଆତତାୟୀ,ଆତଙ୍କବାଦୀ
ଯିଏକି ସଂପର୍କ କୁ ନେଇ ଖେଳିପାରେ
ବୁହାଇ ବି ଦେଇପାରେ ରକ୍ତର ସିନ୍ଧୁ..
ସ୍ବଛ୍ଛ, ର୍ନମଳ ସଂପର୍କର ଭାବଧାରା ହିଁ
ବନ୍ଧୁ,ବନ୍ଧୁ,ବନ୍ଧୁ......
ବିଶ୍ବଜିତ୍ ବେହେରା
