STORYMIRROR

Nirmalya Panigrahi

Others

3  

Nirmalya Panigrahi

Others

ହେ ବନ୍ଧୁ ମୋର

ହେ ବନ୍ଧୁ ମୋର

1 min
500



କେଉଁ ଅ‌‌‍‌ଭିଳାଷେ, ଚାଲି ଯାଉ ଅଛ,

ଅହଙ୍କାରେ ଟେକି ମଥା,

ଭୁଲି ଗଲ କି ସେ, ସୋରିଷ ଭିକ୍ଷା,

କିସା ଗୌତମୀ ଗାଥା।


ସଦ୍ୟ ସନ୍ତାନହରା ମାତୃତ୍ଵ ଆଜି,

ପତି ହରାଇଛି, ସତୀ,

କାହିଁ କେତେ ଦିନୁ ଫେରିନି ଘରକୁ,

ଶ୍ମଶାନ ରେ ବିତେ ରାତି।


କି ପାଇଁ କର ଏ ଧାନ୍ୟ ସମ୍ପଦେ,

ନର ଦେହେ, ଅଭିମାନ,

ଶୁଣି ପାରୁନ କି ମର୍ତ୍ତ୍ୟ ଭୁବନେ,

ମୃତ୍ୟୁ ର ଜୟଗାନ।


----------xxx------------


କିସା ଗୈତମୀ, ବୁଦ୍ଧଙ୍କ ପାଖରେ ନିଜ ମୃତ ଶିଶୁ ର ଜୀବନ ଭିକ୍ଷା କରିଥିଲେ। ବୁଦ୍ଧ ତାଙ୍କୁ ମୁଠାଏ ସୋରିଷ ଆଣିବା ପାଇଁ ଅନୁରୋଧ କରିଥିଲେ, ମାତ୍ର ସେ ସୋରିଷ ଯେଉଁଠାରୁ ଆସିବ, ସେ ପରିବାର ରେ କହି ମୃତ୍ୟୁ କରିନଥିବେ।

ପତିଙ୍କର ଆୟୁଷ ସତୀତ୍ଵ ର ପରିଚୟ। ତେଣୁ ପତି ହରାଇବା ପରେ ସ୍ତ୍ରୀ ଘରକୁ ଫେରିଆସିଲେ ସତ, କିନ୍ତୁ ତାଙ୍କ ସତୀତ୍ୱ ଶ୍ମଶାନ ଘଟ ରେ ରହିଯାଇଛି।


© Nirmalya Panigrahi


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍