STORYMIRROR

Suchismita Panda

Others

3  

Suchismita Panda

Others

ଗୁରୁ

ଗୁରୁ

1 min
118

ପ୍ରଥମେ ଗୁରୁମା ମୋ ଜନ୍ମଦାତ୍ରୀ

ଦ୍ୱିତୀୟେ ମୋ ଜନ୍ମଦାତା  

ତୃତୀୟେ ବନ୍ଦିଲି ଧରିତ୍ରୀ ମାଆକୁ

ଚତୁର୍ଥେ ମୋ ଜ୍ଞାନଦାତା।୧


ମାନବ ଜନ୍ମ ପାଇଣ ସଂସାରେ

ଗୁରୁବିନା ସାହା ନାହିଁ  

ଜ୍ଞାନ ବୁଦ୍ଧି ବିଦ୍ୟା ସବୁ ତାଙ୍କ ଦାନ

ସୁ-ଚରିତ୍ର ତାଙ୍କ ପାଇଁ।୨


ମହାପ୍ରଭୁ ନିଜେ ମାନବ ଦେହିରେ

ସନ୍ଦୀପନି ଶିଷ୍ୟ ହେଲେ  

ଗୁରୁ ଦ୍ରୋଣ ଲାଗିମହା କିର୍ତ୍ତୀମାନ

କୁରୁପାଣ୍ଡବ ଯେ ଥିଲେ।୩


ଭୀଷ୍ମ ପିତାମହ ବୀରପୁତ୍ର କର୍ଣ୍ଣ

ଗୁରୁ ପର୍ଶୁରାମ ଦାନ  

ଶ୍ରୀ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର

ଗୁରୁ ବଶିଷ୍ଠଙ୍କ ମାନ।୪


ଆରୁଣିର ଭାବ କିଏ ବା କହିବ

ତା'ଠୁ ବଳି ଉପମନ୍ୟୁ  

ଏକଲବ୍ୟ ଗୁରୁ ଦକ୍ଷିଣାକୁ କେହି

ପରତେ ଯିବେନି ମନୁ।୫


ଏ ଯୁଗର ଗୁରୁ ଥିଲେ ସର୍ବପଲ୍ଲୀ

ଗୁରୁ କୁଳ ଶ୍ରେଷ୍ଠତମ  

ତାଙ୍କ ଜନ୍ମଦିନ ପାଳିଲେ ସରବେ

ଦେଇ କେତେ ମ ନଧ୍ୟାନ।୬


ଯଶ ଖ୍ୟାତି ବଢେ ଏ ତୁଚ୍ଛ ଜୀବନେ

ଥିଲେ ଗୁରୁଙ୍କର କୃପା  

ଗୁରୁପାଦ ବେନି ଅଜ୍ଞାନ ଅନ୍ଧାରୁ

କରେ ଆଲୋକ ବର୍ତ୍ତିକା।୭


ସହଜେ ହୋଇବ ଅସାଧ୍ୟ ସାଧନ

ଗୁରୁ ଉପଦେଶ ଥିଲେ  

ନିଜ ନିଷ୍ଠା ନିଜ କର୍ମ ବୃଦ୍ଧି ହୁଏ

ତାଙ୍କ ଆଶିଷଟି ଥିଲେ।୮



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Suchismita Panda

ଗୁରୁ

ଗୁରୁ

1 min ପଢ଼ନ୍ତୁ