ଗୁରଦେବ
ଗୁରଦେବ
1 min
411
ଗୁରୁ ଅଟନ୍ତି ପିତାମାତା ସମାନ
ତାଙ୍କରି ପାଦତଳେ ମୋର ପ୍ରଣାମ
ଏହା ହିଁ ଅଟେ ଆମ ଛାତ୍ର ଜୀବନ
ରଖିବୁ ଆମେ ଗୁରୁଙ୍କ ସମ୍ମାନ
ଗୁରୁଦିବସ ରେ ଗୁରୁଙ୍କୁ ପୁଜିବା
ଗୁରୁଙ୍କ ପାଇଁ ଆମେ ଜୀବନ ଦେବା
ଗୁରୁଙ୍କର ସଭିଏଁ ନୟନ ତାରା
ଗୁରୁ ହିଁ ଆମର ସୁଖର ପସରା
ସେ ଅଟନ୍ତି ଆମର ଦେବତା ତୁଲ୍ୟ
ସୁଝି ପାରିବନି ତାଙ୍କର ମୂଲ୍ୟ
ଗୁରୁଙ୍କ ଆସନ ସର୍ବଶ୍ରେଷ୍ଠ ସ୍ଥାନ
ପାଦତଳେ ସଦା ରହୁ ମୋ ମନ
ଗୁରୁ ଅଟନ୍ତି ଶିଷ୍ୟ ର ଜ୍ଞାନ ଦାତା
ତାଙ୍କୁ ମାନିବା ଆମେ ସର୍ବଦା।।
