Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manju Rath

Others

3  

Manju Rath

Others

ଗ୍ରୀଷ୍ମ ର ଏକ ସଂଧ୍ୟା

ଗ୍ରୀଷ୍ମ ର ଏକ ସଂଧ୍ୟା

1 min
13



ସୁର୍ଯାସ୍ତ ର ନାଲିବିନ୍ଦୁ 

ଅସ୍ତ ହେବା ପର୍ଯ୍ୟନ୍ତ 

ମୁଁ ପର୍ବତ ଫଟା ଝରଣା କୁ 

ନିରିକ୍ଷଣ କରୁ କରୁ 

ଗ୍ରୀଷ୍ମ ର ତାପ କୁ ସହ୍ଯ 

କରୁଥିଲି କିଛି କ୍ଷଣ 

ଗ୍ରୀଷ୍ମ ର ଏକ ସଂଧ୍ୟା କୁ 

ଉପଭୋଗ କରିବାପାଇଁ 


ଫେରନ୍ତା ପକ୍ଷୀ ଙ୍କ ମେଳେ 

ଅପେକ୍ଷାରତ ପକ୍ଷୀ ଛୁଆ ଙ୍କ 

ବିଷାଦ ମନ କୁ ଛୁଇଁବା ପାଇଁ 

ଗ୍ରୀଷ୍ମ ର ଏକ ସଂଧ୍ୟା କୁ 

ଚାହି ବସିଥିଲି 


ଗାଁର ଗାଇ ଚରା ପିଲା ଟି ର 

ତେଲ ବାଜି ନ ଥିବା 

ନୁଖୁରା କେଶ କୁ 

ସଜାଡି ଦେବ ମା ର ହାତ 

ସେହି ମମତା କୁ 

ଆଖି ରେ ରଖି 

ଗ୍ରୀଷ୍ମ ର ଏକ ସଂଧ୍ୟା କୁ 

ନିମନ୍ତ୍ରଣ କରୁଥିଲି ମୁଁ


ଗ୍ରୀଷ୍ମ ର ଏକ ସଂଧ୍ୟା 

ଖୋଜୁଥିଲା ଏ ଅସହ୍ଯ 

ଗୁଳୁଗୁଳି ରେ ଅନୁଭୁତି ର

ଶୀତଳ ବର୍ଷା ର ନଦୀର ଧାର 

ଚାଲିବ ସାଥେ ସଂଧ୍ୟାର ଆକାଶେ 

ସୁର୍ଯ କୁ ବଦାଳାଇ ଚନ୍ଦ୍ରାଲୋକେ ।


Rate this content
Log in