Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nihar Ranjan samal

Others

3  

Nihar Ranjan samal

Others

ଏ ଗାନ୍ଧୀ କାହାର ?

ଏ ଗାନ୍ଧୀ କାହାର ?

1 min
5


ଆଜିର ଏ ସରକାର କହେ       ଗାନ୍ଧୀ ମୋର, 

ବିରୋଧୀ ବି କହେ       ଗାନ୍ଧୀ ମୋର, 

ଅମଲାତନ୍ତ୍ର କହେ       ଗାନ୍ଧୀ ମୋର, 

ହେଲେ, ସତରେ ଏ ଗାନ୍ଧୀ କାହାର ? (2)


ପ୍ରତିଶୃତି ପାହାଡ଼ ଉପରେ ଠିଆ ହୋଇଥିବା ସେ ବ୍ୟକ୍ତି କହେ 

ସଭା ଭିଡ଼କୁ ଟଣା ହୋଇ ଆସିଥିବା ସେ ଜନତା କହେ 

ଦୀର୍ଘ ପାଞ୍ଚ ବର୍ଷ ପୁରୁଣା ଭାଙ୍ଗି ପଡ଼ିଥିବା ସେ ପୋଲ ତଳ ଶବ ଟା କହେ 

ଗାନ୍ଧୀ ମୋର, ଏ ଗାନ୍ଧୀ ମୋର l 

ଆଜିର ଏ ରାଶନ କାର୍ଡ କହେ     ଗାନ୍ଧୀ ମୋର, 

ସରକାରୀ ଯୋଜନା କହେ   ଗାନ୍ଧୀ ମୋର, 

ବି. ପି. ଏଲ. କାର୍ଡ କହେ    ଗାନ୍ଧୀ ମୋର, 

ହେଲେ, ସତରେ ଏ ଗାନ୍ଧୀ କାହାର ? (2)


ଷୋହଳ ବର୍ଷୀୟା ଅନାହାର ବିଧବା ବେଶ୍ୟା ରାନୁ କହେ 

ସରକାରୀ ଯୋଜନାକୁ ଅଯୋଗ୍ୟ ସେ ଅକର୍ମଣ୍ୟ ରାଧୁ କହେ 

ଦୂର କ୍ଷେତରେ ମାଟି ସହ ମାଟି ହୋଇ ଅଶୀ ବର୍ଷୀୟା ଅଜା କହେ 

ଗାନ୍ଧୀ ମୋର, ଏ ଗାନ୍ଧୀ ମୋର l

ଆଜିର ଏ ରାମ ଦଳ କହେ   ଗାନ୍ଧୀ ମୋର, 

ଆଲ୍ଲା ଦଳ କହେ   ଗାନ୍ଧୀ ମୋର, 

ଯୀଶୁ ଦଳ କହେ    ଗାନ୍ଧୀ ମୋର, 

ହେଲେ, ସତରେ ଏ ଗାନ୍ଧୀ କାହାର ? (2)


ନିକଟ ଅତୀତରେ ଘଟି ଯାଇଥିବା ସେ ବର୍ବର ଦଙ୍ଗା କହେ 

ଦଙ୍ଗାର ଭିଡ ଦ୍ଵାରା ଶାସ୍ତି ଦିଆଯାଇଥିବା ସେ ଶବ କହେ

ଯାହାର ବେକରେ ତାବିଜ, ହାତରେ କ୍ରସ, ପକେଟରେ ଗୀତା ସେ କହେ

ଏ ଗାନ୍ଧୀ ମୋର, ହଁ ହଁ ହଁ ଏ ଗାନ୍ଧୀ ବିଲକୁଲ ମୋର l 


Rate this content
Log in