STORYMIRROR

Aditya Dash

Others

2  

Aditya Dash

Others

ଦୁଃଖ ଘରେ ଗୋଟେ ରାତି

ଦୁଃଖ ଘରେ ଗୋଟେ ରାତି

1 min
425


ଆଜି ରାତି ଟି କାଟିଲି ମୁଁ ଦୁଃଖୀ ଙ୍କର ଘରେ

କା ଛାତି ରେ କୋହ କାହା ଆଖିରୁ ଲୁହ ଝରେ


ଦୁଃଖ ଘରୁ କିଏ ଫେରି ଯାଏ ନିଜ ଘରେ

କିଏ ପୁଣି ଦୁଃଖ ଘରୁ ଯାଏ ଯମ ପୁରେ


ଦୁଃଖ ଘରେ ପ୍ରତି କୋଣେ ଯମ କୁ ଦେଖିଛି

ୟାକୁ ତାକୁ ନେବି ବୋଲି ଅନାଇ ଚାହିଁଛି


ପ୍ରତିଟି ହୁଦୟ ଏଠି ବେଦନା ରେ ଭରା

ସୁଖେନି କା ଆଖିରୁ ଏଠି ଲୁହ ଧାରା


ବେଳେ ବେଳେ ସୁଖ ଧଳା କୋଟ୍ ପିନ୍ଧି ଆସେ

ହସି ଦିଏ କିଏ କେବେ ତାହାର ବିଶ୍ୱାସେ


ଦୁଃଖ ଘର ଯେବେ ଯାକୁ ଦିଅଇ ବିଦାୟ

ଖୁସୀ ରେ ହସି ଉଠେ ତାହାରି ହୃଦୟ


ଦେଖି ଲାଗେ ଦୁଃଖ ଘରୁ ଦିଅନ୍ତି ଦୁଃଖ ତଡି

ସୁଖର ଫୁଲ ଲଗାନ୍ତି ମୁଁ ଧାଡ଼ିକି ଧାଡ଼ି





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍