Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SATYAJIT BEHERA

Others

3  

SATYAJIT BEHERA

Others

ଦଶହରା

ଦଶହରା

2 mins
7.2K


ସ୍ରଷ୍ଟାଙ୍କ ସୃଷ୍ଟି ରେ ମା' ବିଭୂଷିତା

ଦଶଭୁଜା ଦୁର୍ଗା ମା',

ସ୍ରଷ୍ଟା ,ଦୁଷ୍ଟା ସବୁ ତା' ପାଦେ ପତିତ

ସଭିଙ୍କୁ ଦେଖାଏ ରାହା ||

ସଭିଙ୍କୁ ପରଷେ ସେ ଆଶିଷ ବାଣୀ

ଗାଥା ତା' ଅବର୍ଣ୍ଣନୀୟା ,

ସକଳ ଶକ୍ତି ର ଆୟୂଧ ବହି ସେ

ଯୁଗେ ଯୁଗେ ପୂଜନୀୟା ||

ଶରତ ରାଣୀର ଆଶ୍ୱିନ ଶୁକ୍ଳ ର

କାଶତଣ୍ଡୀ ଫୁଲ ଶେଯେ,

ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ

ଜଗତ ମା' କୁ ପୂଜେ ||

ପଞ୍ଚ ନବରାତ୍ରେ ଶ୍ରେଷ୍ଠ ନବରାତ୍ର

ଶୀଖରେ ବସିଛି ଯାଇ,

ମା' ମୋ ଆସିବ ଦୁଃଖକୁ ଲଭିବ

ସାରାଜଗତ ବସିଛି ଚାହିଁ ||

ମନେ ଅନାବନା କେତେ ଉନ୍ମାଦନା

ଲହରୀ ଖେଳୁଛି ନିତି,

ମା'ର ସ୍ଵାଗତେ ଧରଣୀ ରଖିଛି

ନିମନ୍ତ୍ରଣ ପତ୍ର ସାଇତି ||

ହସୁଛି ମାନବ ଜାତି......

ଦୁଃଖ ପାସୋରିବ ସୁଖକୁ ସା‌ଉଁଟି

ହେବ ମା'ର ଶରତ ଭେଟି ||

ମାର୍କଣ୍ଡେୟ ପୂରାଣ ହୋଇ ମୂକ ସାକ୍ଷୀ

ରଖିଛି ମା'ର କିର୍ତ୍ତୀ,

ଯୁଗେ ଯୁଗେ ପ୍ରତିଧ୍ଵନିତ ହୋଇବ

ମା'ର ବୀରା କିରତୀ ||

"ମହିଷାସୁର" ସେ ମହିଷ୍ମତି ସୁତ

ହେଲା ବ୍ରହ୍ମାବରେ ବଳିୟାନ,

ଗର୍ବ ଅହଙ୍କାରେ ଉତ୍ପାତ ତେଜିଲା

ପ୍ରକମ୍ପିଲା ତ୍ରିଭୁବନ ||

ଭୟଭୀତ ଦେବଗଣ.....

ପ୍ରମାଦ ଗଣିତ ଦେବତାମାନେ

ଆଉଁସିଲେ ମୁଣ୍ଡ କାନ ||

ପ୍ରବଳ ପ୍ରତାପୀ ଅମରତ୍ୱ ଲଭି

ଗର୍ବେ ଦେଲା ହୁଙ୍କାର,

ମର୍ତ୍ତ୍ୟେ ଜନମିବି ଦେବତା ମରଇ

ଯେବେ ପିଣ୍ଡୁ ପ୍ରାଣ ହୁଏ ଦୂର ||

ପାସୋରି ଗଲା ଏ ସୁର......

ଆସୁରିକ ଜ୍ଵାଳା ହେଲା କାଳବେଳା

ଦେବତାଗଣଙ୍କ ପାଇଁ,

ତ୍ରାହି କର ପ୍ରଭୁ ବିପଦ ସଙ୍କଟୁ

ଡାକିଲେ ଏକତ୍ର ହୋଇ ||

ସର୍ବେ ସୁମରିଲେ ମା'କୁ ମୋହର

ଦେଇ ନିଜ ଜ୍ୟୋତିପୁଞ୍ଜ,

ସହସ୍ର ଆୟୂଧେ ମା'କୁ ସଜାଇ

ଭେଟି ଦେଲେ " ପଶୁରାଜ" ||

ଦିବ୍ୟାୟୂଧେ ମା' ହୋଇଲା ସମ୍ପୂର୍ଣ୍ଣ|

ହେଲେ ଦେବଗଣ ପଲ୍ଲବିତ,

ଆବିର୍ଭୁତ| ଦେବୀ ବିଭୂଷିତ ହେଲା

"ଦେବୀଦୁର୍ଗା" ରେ ନାମିତ ||

ପଶୁରାଜ ଚଢ଼ି ଗର୍ଜନ ଛାଡ଼ି

ମା' ରଣାଙ୍ଗନେ ହେଲା ଉଭା,

ମା' କୁ ଦେଖିଣ ସୁରପୁତ ସେ ଯେ

ହୋଇଗଲା ଆବାକାବା ||

ମେଦିନୀ ଥରିଲା ଚପଳା ଖେଳିଲା

ଯେବେ ତେଜିଲା ମା'ର ତେଜ,

ସତେକି ଯେମିତି ଦୁଷ୍ଟକୁ ସହଂ|ରି

ନାଶିବ ଅସୁରରାଜ ||

ମା' ଚାତୁରୀ କୁ ବୁଝିନପାରିଲା

ମହିଷା ଗର୍ଜନ କଲା,

ପରଶୁ ଅସ୍ତ୍ର ତା ବକ୍ଷ କୁ ଭେଦିଲା

ଅକାରଣେ ପ୍ରାଣ ଗଲା ||

ଚେତାବନୀ ଶୁଣ ହେ ଦୁଷ୍ଟ ଦ୍ୟୈରାତ୍ମ|

ସଅଳ ସୁଧୁରିଯାଅ,

ସମୟ ଗଡିବ ମା' ମୋ ଫେରିବ

ସଦା ଜାଗ୍ରତ ଥାଅ ||

ଯୁଗ ଯୁଗ ଧରି ମା' ମେ| ଆସୁଛି

କେତେ ଜାଗରଣ ନେଇ,

ଦୁଃଖ ଉହାଡ ରୁ ସୁଖ କୁ ତେଜୁଛି

ଶାନ୍ତିର କେତନ ବହି ||

ମା' ଙ୍କ ପାଖରେ ଏତିକି ମିନତି

ସଦା ଆମ ଆଡ଼େ ଥାଉ ଦୃଷ୍ଟି ,

ଶାନ୍ତି, ପ୍ରିତୀ,ମୈତ୍ରୀ ଚାଦରେ ଘୋଡ଼ାଇ

ସୁଖେ ଗଡୁଥାଉ ସୃଷ୍ଟି ||





Rate this content
Log in