Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SATYAJIT BEHERA

Others

3  

SATYAJIT BEHERA

Others

ଦରଦି ଅକ୍ଟୋବର

ଦରଦି ଅକ୍ଟୋବର

1 min
13.8K


ଜୀବନ ସମୀକରଣ ର ଦୁଇଟି ଘାତ

ଭଲ ମନ୍ଦ ନାମେ ସେ ଦୁହେଁ ଜାତ ,

ସୁଖେ ଗଡୁଥିଲା ଆମ ଜୀବନରଥ

ପାଶେ ପହଞ୍ଚିଲା ସେ "ଅନେଶ୍ୱତ "||

ଦୂର ସଞ୍ଚାର ରୁ ଡାକ ଶୁଭିଲା

ପାରାଦ୍ୱୀପ ତୀରେ ଘୂର୍ଣ୍ଣି ଖେଳିଲା ,

ତା' କୋପର ପ୍ରକୃତି ଥିଲା ଅଜଣା

ତୀବ୍ରତା ତାହାର ନେଲା ପାଉଣା ||

ତଟ ବାସିନ୍ଦାଏ ଥିଲେ ଧୂରୀଣ

ଅଣଦେଖା କଲେ ବେତାର ବାଣ,

ଛୁଟି ହେଇଥିଲା ଟ୍ୟୁସନ୍ ବେଳ

"୨୮" ସନ୍ଧ୍ୟା ର ସେ ସାଥୀ ମେଳ ||

ଆଶ୍ୱାସନା ଦେଇ କଥା ହୋଇଲି

ବାତ୍ୟା ପରେ ଦେଖାହେବ କହିଲି ,

ରାତି କଟିଥିଲା ଆଶା ଆଶଙ୍କେ

ଭୋର୍ ଗର୍ଜିଲା ବାତ୍ୟା ଆତଙ୍କେ ||

ଅନେଶ୍ୱତ ବାଆ ଘନେଇଥିଲା

"୨୬୦" ଛୁଇଁ କି ରେକର୍ଡ କଲା,

"୩୬" ଘଣ୍ଟା ର ଖେଳ ସେ ଥିଲା

"ମହାବାତ୍ୟା ସାଜି ଜୀବନ ନେଲା ||

ତରୁଲତା ସବୁ ଉପାଡ଼ି ଦେଲା

ତଟ ଜୀବନ କୁ ପୂରା ଗ୍ରାସିଲା,

ସମ୍ପର୍କ ଛିଡିଲା ପବନ ବଳେ

ଜୀବନ ହଜିଲା ଭଉଁରୀ କୋଳେ ||

କ୍ଷୀଣ କରିଦେଲା କୁଟୁମ୍ବ ଡାକ

ଶୋକେ ଛାଡି ଗଲା ଜୀବନ ଯାକ,

ଜମାଟ ବାନ୍ଧିଲା ଛାତିରେ କୋହ

ଶୁଖିଗଲା ଆଖି ନ ଝରେ ଲୁହ ||

ମୂକ ହୋଇଗଲା ମଣିଷ କାନ୍ଦ

ମୋଡ଼ି ଦେଇଥିଲା ଜୀବନ ଛନ୍ଦ,

କୁଢ଼ କୁଢ଼ ଶବ ଅଜାଡ଼ି ଦେଲା

ବିନା ମୁଖାଗ୍ନୀ ରେ ସେ ଜଳାଗଲା ||

କାଠ ନ ପାଇଲା ଶେଷ ସମୟେ

ଜୁଇ ଶୋଇ ଥିଲା ଅଜଣା ସାଥେ,

ମନେ ଅଛି ମୋର ସେ ଦୁଇ ସାଥୀ

ଯାହା ହରାଇଲି ସେଦିନ ରାତି ||

"ଦିଲ୍ଲୀପ୍","ନିବେଦିତା" ଥିଲା ତାଙ୍କ ନାମ

ଚିହ୍ନ ଛାଡି ଗଲେ ସେ ଇହଧାମ,

ସାଥୀ ତୁମ ସ୍ମୃତି ଅଛି ସାଇତି

ସଦା ଖୁସି ଥାଅ ଅଛ ଯେଉଁଠି ||

ପୂରିତ ଗଲାଣି ଉଣେଇଶ ବର୍ଷ

ଅବପାତ ନାମେ ମନରେ ଦକ,

"ଅକ୍ଟୋବର" ତୁୁୁମେ ଭାରି ଦୁର୍ଦ୍ଦାନ୍ତ

ସବୁ ବର୍ଷେ ଆସ ହୋଇ ଅଶାନ୍ତ ||

"ଫାଇଲିନ୍", "ହୁଡ୍ ହୁଡ୍" ତୁମରି ଦାନ

"ତିତ୍ଲୀ" ଆଣି ପୁଣି ଦେଲ ଆହ୍ୱାନ,

ପରବ ଆମର ଦେଉଛ ଧୋଇ

ସଭିଁଏ କାନ୍ଦନ୍ତି ତୁମକୁ ପାଇ ||

(ଅକ୍ଟୋବର) ଅଭିମାନ ଛାଡି ଆଶିଷ ଦିଅ

ଭୁଲ୍ ଯଦି ଅଛି ତା'କହି ଦିଅ,

ଗୁହାରି ତୁମକୁ ଏତିକି ମୋର

ଭବିଷ୍ୟତ ଆମ କର ବିଚାର ||

ଅସହ୍ୟ ମଣୁଛୁ ତୁମରି ଦେଖା

ଖୁସି ର ତୂଳୀ ରେ ଆଙ୍କ ବିଭୀଷିକା,

କ୍ରୋଧ ତ୍ୟାଗ କରି ଶାନ୍ତ ତ'ହୁଅ

ଜୀବନ କୁ ଆମ ଜୀବନ ଦିଅ ||


Rate this content
Log in