STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

ଧୋକା:ପାଁଚଟି ଏକପଦୀ

ଧୋକା:ପାଁଚଟି ଏକପଦୀ

1 min
14K


ଆଖି କେବେ ଧୋକା ଖାଏ

କେବେ ପୁଣି ଧୋକା ଖାଏ କାନ,

ଏମିତି ଧୋକାରେ ମରେ

ମୋର ଏଇ ସୁକୁମାର ମନ।(୧)

କିଛି ଧୋକା ମନେ ରହେ

କିଛି ଧୋକା ମନେ ରହେନାଇଁ

ଅଭୁଲା ଧୋକାର ଦୁଃଖ

ହୃଦୟକୁ ଜାଳେ ରହି ରହି ।(୨)

ପରଲୋକ ଧୋକା ଦେଲେ

ଏତେ ବେଶୀ କଷ୍ଟ ହୁଏ ନାହିଁ

ଆପଣା ଲୋକର ଧୋକା

ମରମକୁ ଦିଏ ଦୋହଲାଇ ।(୩)

ଫି ଥର ଧୋକା ପରେ

ଇସ୍ପାତର ବିଶ୍ବାସ ମୋ ଭାଙ୍ଗେ,

ବୟସ ମୋ ବଢିଯାଏ

ନିଜ ଛାଇ ପର ପର ଲାଗେ । (୪)

ବାରମ୍ବାର ଝୁଣ୍ଟେ ପାଦ

ମରେ ନାଇଁ ଚାଲିବାର ନିଶା

ଯେତେ ଧୋକା ଖାଇଲେ ବି

ସରେ ନାଇଁ ଜୀବନ ଅନ୍ବେଷା । (୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍