STORYMIRROR

Gobinda Behara

Others

3  

Gobinda Behara

Others

ଦେବ ସ୍ନାନ

ଦେବ ସ୍ନାନ

1 min
226

ଭାବ ବିନୋଦିଆ ମୋ ଚକା ଆଖିଆ

ଆସିଗଲ ସ୍ନାନ ପାଇଁ,

ରତ୍ନ ସିଂହାସନ ଝୁରିବ ତାହାଙ୍କୁ

ସ୍ନାନ ବେଦୀ ଅଛି ଚାହିଁ l


ଗୋଟି ପହଣ୍ଡିରେ ଝୁଲି ଝୁଲି ହଲି

ଆସିବେ ମୋ କଳା କାହ୍ନୁ,

ବଡ଼ ଭାଇ ପୁଣି ଭଉଣୀ ସହିତେ

ଭକତ ମୋହିବେ ମନୁ l


ସୁନା କୂପ ପାଣି ପ୍ରସ୍ତୁତ ଯେ ଅଛି

ଶହେ ଆଠ ଗରା ତହିଁ,

ଚନ୍ଦନ କସ୍ତୁରୀ କେଶର ଅତର

ସୁବାସିତ ଅଛି ହୋଇ l


ନୀଳକନ୍ଦରରୁ ନୀଳିମାକୁ ଖେଦି

କଳା ମେଘ ଦେଖା ଦିଏ,

ସ୍ମିତ ହାସ୍ୟ ଦେଇ ଝୁଲି ବୁଲି ପ୍ରଭୁ

ପୂର୍ବ ମୁଖା ହୋଇଥାଏl


ନଟିଆ ହଟିଆ କପଟିଆ ସେତ

ତୋ ମାୟା ବୁଝିଛି କିଏ,

ଯେ ତୋତେ ବୁଝିଛି ସେ ଏକା ଜାଣିଛି

ଭାଗ୍ୟବାନ ସତେ ସିଏ l


ଅଣସର ଘରେ କାଟିବେ ସମୟ

ଅସୁସ୍ଥତା ଭୋଗ କରି,

ସେବକ ସେବାରେ ଜଡ଼ି ବୁଟି ଖାଇ

ସୁସ୍ଥ ହେବେ ଶ୍ରୀହରି l


ଧନ୍ୟ ପ୍ରଭୁ ତୁମ ମାନବୀୟ ଲୀଳା

ଧନ୍ୟ ତୁମ ନୀତି କାନ୍ତି,

ତୁମେ ଗଢି ଅଛ ତୁମରି ନିୟମ

ଭକତଙ୍କୁ ଦେଇ ତୃପ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍