STORYMIRROR

DOLESWAR MEHER

Others Tragedy

3  

DOLESWAR MEHER

Others Tragedy

ଛଳନା

ଛଳନା

1 min
5.1K


ମନର ମିତକୁ ଆପଣେଇ

କଲା କି ସେ ଅବା ଦୋଷ...

ସାଥୀଟିଏ ପାଇ ସଂସାର ଗଢ଼ିବା

ରହିଗଲା ଅବଶୋଷ ।

ଅନ୍ତରର ସମ୍ପର୍କେ

ଜଣେ ତ ଥିଲା ଅତି ନିଜର

ସେ ମୁହୂର୍ତ୍ତ କାହିଁ ଯାହା କରିବ

ଆତ୍ମ ଭାବନାରେ ବିଭୋର ।

ଜୀବନେ ଯେତେ ଦୁଃଖ ଆସି...

ସଂଚରିତ ହୁଏ ହୃଦୟେ...

ପାଇବାକୁ ଯାଇ ତାକୁ ସେ,

ପଡ଼ିରହେ ଅପେକ୍ଷାରେ ।

ନିର୍ଜନ ପଥରେ ସେ ତ ଲାଗେ

ଅଚିହ୍ନା ପଥିକ ପରି..

ହୃଦୟର କଥା କହିବାକୁ,

ସାହସ ଧରିଛି ଆବୋରି ।

ନିଜର ଭାବି କହିଥିଲା ତାକୁ...

ମନର କଥାକୁ ଯେବେ,

ଘୃଣାର ଆବେଗେ ଭୁଲିବାକୁ କହେ

କରି ସେ ଛଳନା କେତେ ??


ଡୋଲେଶ୍ବର ମେହେର

ଗଣ୍ଡାବାହାଲି


Rate this content
Log in

More oriya poem from DOLESWAR MEHER