STORYMIRROR

DOLESWAR MEHER

Others Tragedy

3  

DOLESWAR MEHER

Others Tragedy

ଛଳନା

ଛଳନା

1 min
5.1K


ମନର ମିତକୁ ଆପଣେଇ

କଲା କି ସେ ଅବା ଦୋଷ...

ସାଥୀଟିଏ ପାଇ ସଂସାର ଗଢ଼ିବା

ରହିଗଲା ଅବଶୋଷ ।

ଅନ୍ତରର ସମ୍ପର୍କେ

ଜଣେ ତ ଥିଲା ଅତି ନିଜର

ସେ ମୁହୂର୍ତ୍ତ କାହିଁ ଯାହା କରିବ

ଆତ୍ମ ଭାବନାରେ ବିଭୋର ।

ଜୀବନେ ଯେତେ ଦୁଃଖ ଆସି...

ସଂଚରିତ ହୁଏ ହୃଦୟେ...

ପାଇବାକୁ ଯାଇ ତାକୁ ସେ,

ପଡ଼ିରହେ ଅପେକ୍ଷାରେ ।

ନିର୍ଜନ ପଥରେ ସେ ତ ଲାଗେ

ଅଚିହ୍ନା ପଥିକ ପରି..

ହୃଦୟର କଥା କହିବାକୁ,

ସାହସ ଧରିଛି ଆବୋରି ।

ନିଜର ଭାବି କହିଥିଲା ତାକୁ...

ମନର କଥାକୁ ଯେବେ,

ଘୃଣାର ଆବେଗେ ଭୁଲିବାକୁ କହେ

କରି ସେ ଛଳନା କେତେ ??


ଡୋଲେଶ୍ବର ମେହେର

ଗଣ୍ଡାବାହାଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from DOLESWAR MEHER

ସଂସାର

ସଂସାର

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ