STORYMIRROR

Chittaranjan Nayak

Others

3  

Chittaranjan Nayak

Others

ବର୍ଷା

ବର୍ଷା

1 min
26.7K


ତୁ କେବେ ମାଟିର ମାତାଲପଣରେ

ନୃତ୍ୟରତ ଦେବଦାସୀ

କେବେ ଯାତନାର ଜଙ୍ଗଲରେ

ଶବ୍ଦମୟ ବିଶ୍ୱାସର ବଂଶୀ

କେବେ ସ୍ମୃତିର ଅନ୍ଧାର ଭିତରେ

ଝଲମଲ ଆସକ୍ତିର ବିଜୁଳି ଆଲୁଅ

କେବେ ପୁଣି ମୋ ଏକଲାପଣକୁ ଅସ୍ତ୍ର କରିଥିବା

ମେଘ ରଙ୍ଗର ଝିଅ।।

ତୁ ଆ ବୋଲି ଡାକିଦେଲା ପରେ

ସାଧବ ରଙ୍ଗର ସ୍ୱପ୍ନରେ ନଇଁ ଯାଏ ନିଦାଘର ରାତି

ମୁଁ ଭୁଲିଯାଏ ନିଆଁର ନକ୍ସା

ଭିତରେ ସାଇତି ଥିବା ଯୁଦ୍ଧକଳା

ଆଉ ବିରହକୁ ବାସ୍ନାମୟ କରୁଥିବା ତିତିକ୍ଷାର ତାତି।।

ତୁ ଆ ବୋଲି ଡାକିଦେଲାପରେ

କୋହର କମକରା ପାଟ ପିନ୍ଧି କୁହୁଳୁଛି ନଈ

ଭୋକର ଭୂଗୋଳ ଭିତରେ ଭିଜିଚାଲେ

ସମୟର ଅଜଣା ବାଟୋଇ

ଆଉ ଇଛାର ଏନ୍ତୁଡ଼ିଶାଳରେ ମୁଁ ଜାଳିଦିଏ

ପଳାତକ ମୃତ୍ୟୁର କୋକେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Chittaranjan Nayak

ବର୍ଷା

ବର୍ଷା

1 min ପଢ଼ନ୍ତୁ