ବର୍ଷା
ବର୍ଷା
1 min
14.2K
ପ୍ରାଣ ପ୍ରଦାୟିନୀ ବର୍ଷାଗୋ ତୁମେ
ଝର ଝର ଯାଅ ଝରି
ସୁଶୀତଳ କର ଉତ୍ତପ୍ତ ହୃଦୟ
ବରଷି ମମତା ବାରି ||
ମୁମୂର୍ଷୁ ପ୍ରାଣର କାତର ପ୍ରାର୍ଥନା
ସତେ ତୁମେ ଶୁଣି ପାର
ଆଖି କୋଣେ ତାର ଅବତରି ଆସ
ଅବାରିତ ସ୍ରୋତ ଧାର ||
ବିଚ୍ଛେଦ ବେଲାର କରୁଣ ରାଗିଣୀ
ହୃଦତନ୍ତ୍ରୀକୁ ଛୁଁଏ
ଭାବର ସାଗରୁ ଭାବନାର ଗୁଚ୍ଛ
ଲୁହ ହୋଇ ବର୍ଷି ଯାଏ ||
ଭକ୍ତ ହୃଦୟରେ ଭକ୍ତିର ସୁଧା
ଜଗା ହୃଦୟକୁ ଛୁଁଏ
ଅତୀନ୍ଦ୍ରିୟ ସେଇ ଜଗତର ସୁଖ
ଆନନ୍ଦାଶ୍ରୁ ହୋଇ ବର୍ଷେ ||
କବି ଭାବୁକଯେ ଭାବନା ରାଇଜେ
ଭ୍ରମୁଥାନ୍ତି ନିର୍ଵିଦ୍ବଂଦେ
ମଧୁସ୍ରାବୀ ତାଙ୍କ ଲେଖନୀ ମୂନରୁ
ବରଷେ କବିତା ଛନ୍ଦେ ||
ଗାୟତ୍ରୀ ତ୍ରିପାଠୀ,
ନିର୍ମଳା ପ୍ଳାଜ଼ା,B ବ୍ଲକ ଫ୍ଲାଟ ନ 308, ଫୋରେଷ୍ଟ ପାର୍କ. ଭୁବନେଶ୍ୱର 9
phone : 9937871390
