ଅଜାଙ୍କ ସ୍ମୃତିରେ
ଅଜାଙ୍କ ସ୍ମୃତିରେ
ମତ୍ତ ହସ୍ତୀ ସମ ଚାଲି
ଉଦାତ୍ତ ହୃଦୟ ଥିଲେ
ବଡ ପାରାଵାର
ଇଚ୍ଛାଚାରୀ ଥିଲେ ସିଏ
ମନ ଆକାଶର
ଅଧୀନ ସେ ନଥିଲେ କାହାର ||1||
ଭାବନାର ରାଜ୍ୟେ
ସ୍ୱାଧୀନ ବ୍ୟକ୍ତିତ୍ୱ
କବିସୂର୍ଯ୍ୟ, ସଚ୍ଚି ରାଉତରା ଆଉ
କବି କୁଳ ଚନ୍ଦ୍ରଙ୍କର
ବିମୁଗ୍ଧ ଗାୟକ ||2||
ସାହିତ୍ୟ ପୂଜାରୀ ଥିଲେ
ମହାଭ୍ୟାସ ଯୋଗୀ
ଗୀତା ଶ୍ଳୋକ ଶୁଣାନ୍ତି ସେ
ପାହାନ୍ତି ପହରୁ
ହୋଇ ଶଯ୍ୟା ତ୍ୟାଗୀ ||3||
ପ୍ରବୀଣ ବକ୍ତା ସେ ଆଉ
ପ୍ରଗଳ୍ଭତା ତାଙ୍କ ମାପକାଠି
ଉନ୍ନତ ବିଚାର ବଳେ
ଶତ୍ରୁ ଆଉ ମିତ୍ରଙ୍କୁ ସେ
କରନ୍ତି ଏକାଠି ||4||
ଏବେବି ଝଙ୍କୃତ ହୁଏ
ସୁଲଳିତ ସଂଗୀତ ମୂର୍ଚ୍ଛନା
ଉପ ଇନ୍ଦ୍ର ଭଞ୍ଜଙ୍କର
ସୁଶବ୍ଦ|ୟିତ
ଗୀତର ବର୍ଣ୍ଣନା ||5||
ଏବେବି ଜୀବିତ ଅଜା
ଆମ ହୃଦୟରେ
ନେପଥ୍ୟରୁ ଭାସି ଆସେ
ପ୍ରତିଧ୍ୱନି ହୁଏ ଖାଲି
'ଆଜ ଦେଖିଲି ରେ ' ||6||
ଭାଷାର ସମ୍ରାଟ ଥିଲେ
ତୋଷୁ ଥିଲେ ଜନ ମନ
ମଧୁର କଥାରେ
ଖଳ ଆଉ ଅସାଧୁ ବି
ଛତ୍ରଭଙ୍ଗ ଦେଉଥିଲେ
ଅଭାଷାର ଆଶ୍ରାବ୍ୟ ଗାଳିରେ ||7||
ମୁହଁ ପୋତି ହସୁଥିଲୁ
ଆମେ ଯେତେ ନାତି ଓ ନାତୁଣୀ
ବିଶ୍ଵରୂପ ଅଜାଙ୍କର
ଶାଣିତ ସେ ବାଣୀ
ଛାତି ତାଙ୍କ ଦେଉଥିଲା ହାଣି ||8||
ଲୀନ ସିଏ ବିସ୍ମୃତିର
ଅତଳ ଗର୍ଭରେ
ଜୀବିତ ସେ ଚିର ଦିନ ପାଇଁ
ସ୍ମୃତି ହୋଇ ଦୃଶ୍ୟ ହୋନ୍ତି
ମନ ଆଇନ|ରେ ||9||
ଜୀବନକୁ ଜୀଉଁ ଥିଲେ ଗଭୀର ଭାବରେ
ଯେପରିକି ପ୍ରତିଦିନ
ଥିଲା ଶେଷ ଦିନ
ହସ ଖୁସି ମଧ୍ୟେ ସିଏ
ଦେଇଥିଲେ ଜୀବନ ଦର୍ଶନ||10||
ଦରମାକୁ ବାଣ୍ଟୁଥିଲେ
ଗରିବ ଦୁଃଖିରେ
ପଚାରିଲେ କହୁଥିଲେ
ଦବା ଲୋକ ବସିଅଛି
ବଡ ଦେଉଳରେ ||11||
ଆଦର୍ଶ ତୁମରି କଥା
ଅଜା ତୁମେ ଚିର ବନ୍ଦନୀୟ
ଭୁଲି ନାହୁଁ ନ ଭୁଲିବୁ
ତୁମେ ଆମ ମୂଳଦୁଆ
ମୂଳ ପରିଚୟ ||12||
