Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukant Khedualsingh

Others

3  

Sukant Khedualsingh

Others

,,,,,ବର୍ଷା ଗୋ ତୁମେ,,,

,,,,,ବର୍ଷା ଗୋ ତୁମେ,,,

1 min
7.3K


,,,,,ବର୍ଷା ଗୋ ତୁମେ,,,
ବର୍ଷା ଗୋ ତୁମେ 
ଆସି ଯାଇଅଛ
ହସି ହସି ଅାକାଶରେ,
ସ୍ମୃତି ସବୁ ଆଜି 
ଖେଳି ଯାଉଅଛି
ହୃଦୟର ଅଗଣାରେ।
ମନେ ପଡୁଅଛି 
ପିଲା ଦିନର ସେ
ଗାଁ ଦାଣ୍ଡ ପାଣି ଧାର,
ଭସାଉ ଥିଲୁ ଯେ 
କାଗଜର ଡଙ୍ଗା
ହୋଇ ସାଙ୍ଗ ସାଥୀ ମେଳ।
କମ୍ପି ଉଠୁ ଅଛି 
ଗାଆଁର ଗହିର
ବେଙ୍ଗ ବେଙ୍ଗୁଲୀର ସ୍ବରେ,
ତୁମ ଆଗମନେ 
ଗାଆଁ ପରିବେଶ
ହସୁ ଅଛି ସବୁଜରେ।
ସଜାଇ ଦେଉଛ 
ନୀଳ ଆକାଶକୁ
କଳା ବାଦଲକୁ ଢାଙ୍କି,
ଇନ୍ଦ୍ରଧନୂ ସାତ 
ରଙ୍ଗ ପୃଥୀବିର
ମଥା ପରେ ଅଛ ରଖି।
ହସୁ ଅଛି ଦେଖ
ଟାଙ୍ଗରା ଭୂଇଁଟା
ସବୁଜେ ସଜେଇ ହୋଇ,
କ୍ଷେତ ସହ ଚାଷୀ 
ଦେଉ ଥାଏ ହସି
ମନ ଖୋଲା ଗୀତ ଗାଇ।
ବର୍ଷା ଗୋ ତୁମେ 
ଅଭିମାନୀ ସାଜି
ଅଭିମାନ ଯେବେ କର,
ଜଳ ବିନା କେବେ
ପ୍ରାଣ ଚାଲି ଯାଏ
କେବେ ବହେ ଜଳ ଧାର ।
ସୁକାନ୍ତ ଖେଡୁଆଳ ସିଂହ 
କୋଣାର୍କ, ପୁରୀ
ମୋ-7676025367


Rate this content
Log in

More oriya poem from Sukant Khedualsingh