ବୃକ୍ଷରୋପଣ
ବୃକ୍ଷରୋପଣ
ବଢୁଅଛି ଏବେ ଅଙ୍ଗାରକ ବାଷ୍ପ
କମୁଅଛି ଅମ୍ଳଜାନ
ବଢୁଅଛି ରୋଗ ବିଭିନ୍ନ ପ୍ରକାର
ହୋଇ ପାରୁନି ନିଦାନ ।
ଏହାର କାରଣ ବୃକ୍ଷର ଅଭାବ
ଘଟୁଅଛି ଦିନୁ ଦିନ
ବୃକ୍ଷ ଥିଲେ ସିନା ଔଷଧ ମିଳିବ
ବଞ୍ଚିବ ପ୍ରାଣୀର ପ୍ରାଣ ।
ସିଏ ପୁଣି ଦିଏ ନିସ୍ୱାର୍ଥ ପରରେ
ଘରୋଇ ଉପ କରଣ
ଠାକୁରଙ୍କ ପୂଜା ପାଇଁ ଦିଏ ଫୁଲ
ଗଛ କେତେ ଭାଗ୍ୟବାନ ।
ପ୍ରବଳ ଖରାରେ ନିଜେ ଖରାସହି
ଦିଅଇ ଆମକୁ ଛାଇ
ଦେଖ କେତେ ସହି କରେ ଉପକାର
ପ୍ରାଣୀମାନଙ୍କ ପାଇଁ ।
ଗଛ କାଟିଦେଇ ଯାତାୟାତ ପାଇଁ
ଓସାର ସଡକ ହେଲା
ସେହି ପରିମାଣ ଗଛ ଲାଗୁନାହିଁ
ଖରାର ତାପ ବଢିଲା ।
ଅଂଶୁଘାତ ହେଲା ବୃଷ୍ଟି କମିଗଲା
ବିପତ୍ତି ମାନ ଆସିଲା
ବଣ ଜଙ୍ଗଲରେ କାଠ ଚୋରି ହୋଇ
ଜଙ୍ଗଲ କ୍ଷୟ ହୋଇଲା ।
ଗଛ ଲୋପ ହେଲେ ଅମ୍ଳଜାନ ଆଭ
ଟିକେ ମିଳିବନି ଜାଣ
କୃତ୍ରିମ ଅମ୍ଳଜାନ ଯୋଗାଇ ହେବନି
ଜୀବର ଛାଡିବ ପ୍ରାଣ ।
ହୁଅ ସାବଧାନ ବେଳ ଥାଉ ଥାଉ
କାଟ ନାହିଁ କେହି ଗଛ
ବିପତ୍ତିକୁ ଆଉ ଡାକି ଆଣନାହିଁ
ଚିନ୍ତା କର ଆଗ ପଛ ।
ଜୀବ ଜଗତକୁ ବଞ୍ଚାଇବା ପାଇଁ
ସତର୍କ ହୁଅ ମାନବ
ଜଣ ଜଣ କରି ଗଛଟିଏ ଲଗାଅ
ସବୁଜ ଧରଣୀ ହେବ ।
