ବଣଭୋଜି
ବଣଭୋଜି
ବଣଭୋଜି କରିବାକୁ ହୁଏ ମନ ଛନଛନ,
ଭୋଜିର ଦୃଶ୍ୟମାନ ଦେଖି ମନ ହୁଏ ଅବସନ୍ନ ।
ଗାଡ଼ିନେଇ ଯାଉ ଆମେ ଦଶ ବାର ଜଣ ,
ପହଞ୍ଚେ ଗାଡ଼ି ଯାଇ ପାହାଡ଼ର ପାଦଦେଶେ ଜାଣ ।
ନଇଁ ଆସିଛି ଗଛଲତା ଦୁଇ କୂଳରୁ,
ବହି ଯାଉଛି ଝରଣା ପାହାଡ଼ ଉପରୁ ।
ତୀର୍ଯ୍ୟକ ରେଖାଟିଏ ସୂର୍ଯ୍ୟ କିରଣର
ଗଛଲତା ଫାଙ୍କ ଦେଇ ଟାଣି ହୁଏ ଗାର ।
କୋମଳ ଶିଶୁଟିର ନିଷ୍ପାପ ମୁହଁ ପରି,
ସୂର୍ଯ୍ୟ ହସେ ମୋ ଆଡେ ମୁହଁ କରି ।
ମନ ଦେଇ ଶୁଣିଲେ ଶୁଭୁଚି ପକ୍ଷୀ ମାନଙ୍କ ସ୍ବର,
ଗଛ ଡାଳରେ ଥାଇ ମାଙ୍କଡ କରେ ଅଭିମାନ ।
ହାଏ ସବୁଆଡେ ଲୋକଙ୍କ ଗହଳି ଜାଣ ,
ହିଟ୍ ଗୀତ ଗୁଡିକରେ କମ୍ପୁଥିଲା ବନ ଉପବନ ।
ଗୀତ ଗୁଡ଼ିକୁ ଧରି ହେଉନାହିଁ,
ଆଜୁରୁ ବାଜୁରୁ ଗୀତରେ ମନ ରହୁ ନାହିଁ ।
ସଭ୍ୟତା ଠାରୁ କୋଶ କୋଶ ଦୂରରେ,
ଘନ କାନନ ନିକାଞ୍ଚନ ବେଳା ଭୂଇଁରେ,
ବଜାର ହାଟ ଭଳି ଜଣା ପଡୁଛି,
ପକ୍ଷୀଙ୍କ କୂଜନ ସବୁ କୁଆଡେ ହଜି ଯାଉଛି ।
ଚିକେନ ମଟନ ଚାରିଆଡେ ମହ ମହ ବାସୁଛି,
ପାଖ ବାଲା ଦଳର ଗଞ୍ଜା କୁକୁଡ଼ାଟି ଉଡି ଗଛ ଡାଳରେ ବସିଛି ।
ବଣ ଭୋଜି କରିବାପାଇଁ ଆସିଛୁ ଆମେ ,ନାଚୁଛୁ ତ ନାଚୁଛୁ ।
ହିତାହିତ ଭୁଲିଛୁ ସଭିଏଁ ମଦ୍ୟପାନ କରିଛୁ ।
ବଣ ଭୋଜିର ମୋହ ଭଙ୍ଗ ପରେ ମୋର ପ୍ରଶ୍ନ ,
କାହିଁକି ଝରଣା ଦିଶେ ପ୍ରାୟ ମତେ ସୁବର୍ଣ୍ଣ ସୁବର୍ଣ୍ଣ ।
ଦେଖିଛ କି ଭଲରେ ତାକୁ ,ଲୁଟିଛ କି ତାର ଶୋଭା ?
ଧ୍ୟାନ ନାହିଁ ଧ୍ୟାନ ନାହିଁ, ଜାଣି ତ ପାରିନୁ ତା'ର ପ୍ରଭା ।
ଆସିଥିଲେ ଏତେ ଦୂର ଦେଖିଲ ନାହିଁ କି ସୁନ୍ଦରତା ତାର ,
ଅନୁତପ୍ତ ହେଲା ପରି କୁହନ୍ତି, ଯିବାକୁ ହେବ ତ ଏବେ ଘର ।
ବିଶାଳ ସେ ଜଙ୍ଗଲ ଭରା ଭରା ଉପତ୍ୟାକା,
ନିବିଡ଼ ଅନ୍ତରଙ୍ଗତାର ଅମୃତ,ଅମୃତ ଝରା ଝରଣା ଏକା ।
ଅଂଜଳି ଆଚାର୍ଯ୍ୟ
RIE campus
BBSR
