STORYMIRROR

Rajashree Swain

Others

2  

Rajashree Swain

Others

ବନ୍ଦ ଝର୍କା

ବନ୍ଦ ଝର୍କା

1 min
595



ଝର୍କା ଦେଇ,

ମାଳ ମାଳ ସ୍ୱପ୍ନ ସବୁ ଧସେଇ ପଶନ୍ତି

ପକ୍ଷୀମାନେ ଉଡିବା ଶିଖନ୍ତି

ଜହ୍ନ ତା' ରାଇଜକୁ ହାତ ଠାରି ଡାକୁଥାଏ ।

ଝର୍କା ଖୋଲିଲେ,

ହଜିବାକୁ ପଡେ ଆଶାର ସହରରେ

ଉଡିବାକୁ ପଡେ ଫର୍ଚ୍ଚା ଆକାଶରେ

ଲେଖିବାକୁ ପଡେ ଶହ ଶହ କବିତା ।

ଝର୍କା ସେପଟେ,

ଲାଳ ନିଗାଡ଼ି ବସିଥିବେ,

ମଣିଷ ମାଂସଖିଆ କୁଢ କୁଢ କୁକୁର

ପୁଣି ଥରେ,

ବଳାତ୍କାର ର ମଞ୍ଚ ଉପରେ

ପଶାପାଲି ଖେଳାଯିବ

କେଉଁ ଏକ କୁନ୍ଦୁଲି ପିଡିତାର ଜୀବନ ।

ଝର୍କା ସେପଟେ,

ହିନ୍ଦୁ-ମୁସଲିମ ଜାତି ଭେଦ

ଆଉ ଦୋଷାରୋପ ମଧ୍ୟରେ

ଜୁଇ ଜଳୁଥିବ ଅସିଫାର

ଆଉ,

ବେବିନା କଥା ନ' କହିବା ଭଲ ।

ନ୍ୟାୟ ନ' ଦେଇ ପାରିଲେ ନାହିଁ

ପାରିବ ଯଦି ବନ୍ଦ କରି ଦିଅ ସେ ଝର୍କା,

ଯେଉଁ ଝର୍କା ଦେଇ ପଶିଆସେ

ଆଞ୍ଜୁଳା ଆଞ୍ଜୁଳା ପ୍ରତାରଣା

ମୁଠା ମୁଠା ଅବଶୋଷ

ପୁଞ୍ଜା ପୁଞ୍ଜା ପ୍ରତିଶ୍ରୁତି ।

ବନ୍ଦ କରି ଦିଅ ସେ ଝର୍କା

ଯେଉଁ ଝର୍କା ଦେଇ,

ନିଳୋତ୍ପୋଳ ର କଢିଟିଏ ଫୁଟିବ ବୋଲି କହୁଛି

ଶିକୁଳି ଛନ୍ଦି ଦିଅ କୁଆଁରୀମାନଙ୍କ ପାଦରେ

ହତ୍ଯା କରିଦିଅ ସେ କନ୍ୟା ଭୃଣକୁ ।

ହଁ, ପାରିବ ଯଦି

ବନ୍ଦ କରି ଦିଅ ସେ ଝର୍କା ।।





Rate this content
Log in