ଭୋକ
ଭୋକ
1 min
365
ଭୋକ ବିଷୟରେ ଲେଖା ହେଇଛି
କେତେ ଉପନ୍ୟାସ, ଗଳ୍ପ, କଵିିତା
ଶିଳ୍ପୀ ଆଙ୍କିଛି ଛବି,
ଭୋକକୁ ନେଇ କେତେ ରାଜନୀତି,
ଆଲୋଚନା ସଭା ସମିତି !
ଏବେ ଭୋକ ବୁଲୁଛି ରାସ୍ତାରେ
ଭୋକକୁ ଦେଖିଵା ପାଇଁ ଖୁବ୍ ଭିଡ ତା ପାଖରେ।
ଆସିଲେ କେତେ କବି ଲେଖକ,
ନିଆରା ଅନୁଭୂତି ମିଳିଗଲେ
ଭୋକ ଉପରେ ଲେଖିହେବ
ଗୋଟେ ଉପନ୍ୟାସ କି ଗଳ୍ପ
କବିତା ପାଇଁ ଚମତ୍କାର ଚିତ୍ରକଳ୍ପ ।
ରଙ୍ଗ ତୂଳୀ ଧରି ଆସିିଲେ ଶିଳ୍ପୀ,
ଚମତ୍କାର ଛବିଟିଏ ଆଙ୍କି ହୋଇଯିବ ଯଦି
ବିକ୍ରୀ କରି ହେବ ଦେଶ ବିଦେଶରେ
ଚଢ଼ା ଦରରେ ।
ପହଞ୍ଚିଲେ ଗଣମାଧ୍ୟମର ପ୍ରତିନିଧି
ରାଜନେତା ଅଭିନେତା, ଜନତା
ସଭିଙ୍କ ନଜର ଭୋକ ଉପରେ ।
ଭୋକ ଭାରି ଖୁସି ଥିଲା ଫାଳେ ରୁଟି ଖାଇବାରେ
ଭୋକ ଭାରି ବ୍ୟସ୍ତ ଥିଲା ଅଳିଆଗଦାରୁ
ପୁଣି ଥରେ ରୁଟି ଖୋଜିବାରେ ।
